ବରଗଡ଼ ୧୫/୬: ବରଗଡ଼ ଜିଲ୍ଲାର ପଦ୍ମପୁର ବ୍ଲକ୍ ଅଞ୍ଚଳରେ ଅଘଟଣ । ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଜମରତଲା ପଞ୍ଚାୟତ ଅନ୍ତର୍ଲା ଗ୍ରାମରେ ଟିଭି ଫାଟି ଏକ ବଡ଼ ଧରଣର ବିସ୍ଫୋରଣ ଘଟିଛି । ଟିଭି ଫାଟି ଯିବାରୁ ଗୋଟିଏ ପରିବାରର ତିନି ଜଣ ଗୁରୁତର ହୋଇଛନ୍ତି। ସ୍ବାମୀ, ସ୍ତ୍ରୀ ଓ ତିନି ବର୍ଷର ଶିଶୁ ନିଆଁରେ ପୋଡି ଗୁରୁତର ଆହତ ହୋଇଛନ୍ତି।
ସୂଚନା ମୁତାବକ ସୋମନଙ୍କୁ ପ୍ରଥମେ ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟକୁ ନିଆଯାଇଥିଲା ପରେ ତାଙ୍କୁ ବରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି।

ଏହା ସହ ନିଆଁ ଲାଗି ଘରର ଆସବାବ ପତ୍ର ତଥା ଅନେକ ମୂଲ୍ୟବାନ ଜିନିଷ ପୋଡି ନଷ୍ଟ ହୋଇଯାଇଥିବା ଜଣା ପଡିଛି। ତେବେ ସର୍ଟସର୍କିଟ କାରଣରୁ ଏପରି ହୋଇଥିବା ଅନୁମାନ କରାଯାଉଛି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0