ପୁରୀ: ମହାମାରୀ କରୋନା ଯୋଗୁଁ ପ୍ରାୟ ୪ମାସ ହେବ ଶ୍ରୀମନ୍ଦିର ସମେତ ରାଜ୍ୟରେ ସବୁ ମନ୍ଦିର ଖାଁ ଖାଁ ପଡ଼ି ରହିଛି । ଭକ୍ତଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଖୋଲିବାକୁ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଦାୟର ହୋଇଛି । ଦେଶର ଅନ୍ୟ ସ୍ଥାନମାନଙ୍କରେ ମନ୍ଦିରଗୁଡିକ ଖୋଲି ସାରିଥିଲେ ବି ଜଗନ୍ନାଥ ମନ୍ଦିର କାହିଁକି ଆଜି ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି ସେ ନେଇ ଆବେଦନକାରୀ ନିଜ ଆବେଦନରେ ପ୍ରଶ୍ନ ଉଠାଇଛନ୍ତି । କୋଭିଡ୍ କଟକଣା ଅନୁସାରେ ଶ୍ରଦ୍ଧାଳୁମାନଙ୍କୁ ମନ୍ଦିର ଭିତରକୁ ଯିବା ପାଇଁ ଅନୁମତି ଦେବାକୁ ଆବେଦନକାରୀ କୋର୍ଟଙ୍କୁ ନିବେଦନ କରିଛନ୍ତି ।
କେବଳ ପୁରୀ ଶ୍ରୀମନ୍ଦିର ନୁହେଁ, ରାଜ୍ୟର ସବୁ ମନ୍ଦିର ଖୋଲିବା ପାଇଁ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେବା ପାଇଁ ନିବେଦନ କରିଛନ୍ତି ଆବେଦନକାରୀ । ଏହାସହ କାକଟପୁର ମଙ୍ଗଳା ମନ୍ଦିର ନଖୋଲିବା ଯାଏଁ ସେବାୟତମାନଙ୍କୁ ମାସିକ ୧୫ହଜାର ଟଙ୍କା ସହାୟତା ପ୍ରଦାନ କରିବା ପାଇଁ ଆବେଦନକାରୀ ଆବେଦନ କରିଛନ୍ତି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0