କୌନ ବନେଗା କରୋଡପତି ୧୩’ ପ୍ରତ୍ୟେକ ସିଜିନ୍ ଭଳି ଏଥର ବି ହିଟ୍ ହୋଇଛି। ଗୋଟିଏ ସିଜିନକୁ ଛାଡି ବାକି ସବୁ ଅମିତାଭ ହୋଷ୍ଟ କରିଛନ୍ତି। ଏହି ଶୋ’ ୨୧ ବର୍ଷରୁ ଦର୍ଶକଙ୍କୁ ମନୋରଞ୍ଜନ କରିଆସୁଛି। ବର୍ତ୍ତମାନ ‘କେବିସି’ର ଏକ ହଜାର ଏପିସୋଡ୍ ପୁରଣ ହୋଇଯାଇଛି। ଏହି ଅବସରରେ ବିଗ୍ ବିଙ୍କ ଝିଅ ଶ୍ୱେତା ବଚ୍ଚନ ଏବଂ ନାତୁଣୀ ନବ୍ୟା ନଭେଲି ନନ୍ଦା ଶୋ’ରେ ପହଞ୍ଚିଛନ୍ତି। ଉଭୟ ହଟ ସିଟରେ ବସି ପ୍ରଶ୍ନର ଉତ୍ତର ଦେଇଛନ୍ତି। ଶୋ’ର ଏକ ପ୍ରୋମୋ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ଶ୍ୱେତା ବିଗ୍ ବିଙ୍କୁ କହିଛନ୍ତି, ‘ପାପା, ମୁଁ ପଚାରିବାକୁ ଚାହେଁ ଯେ ଏହା ହେଉଛି ଶୋ’ର ୧୦୦୦ ତମ ଏପିସୋଡ୍ ତେଣୁ ଆପଣ କିପରି ଅନୁଭବ କରୁଛନ୍ତି?’ ୨୧ ବର୍ଷର ଦୀର୍ଘ ଯାତ୍ରା ଏବଂ ୧୦୦୦ ଏପିସୋଡ ସମାପ୍ତ ହେବାପରେ ବିଗ୍ ବି ଇମୋସନାଲ୍ ହୋଇଯାଇଛନ୍ତି। ସୋନି ଟିଭିର ଅଫିସିଆଲ୍ ଆକାଉଣ୍ଟରୁ ଏହି ଭିଡିଓ ସେୟାର କରାଯାଇଛି । ଏହା ସହିତ କ୍ୟାପସନରେ ଲେଖାଯାଇଛି- ‘ମୁହଁରେ ହସ, ଆଖିରେ ଆନନ୍ଦର ଲୁହ, ଅନେକ ଜ୍ଞାନ ଏବଂ ଆପଣ ସମସ୍ତଙ୍କର ଭଲପାଇବା ସହିତ କେବିସି ଏହାର ୧୦୦୦ ଏପିସୋଡ୍ ସମାପ୍ତ କରୁଛି, ଏହି ସୁନ୍ଦର ମୁହୂର୍ତ୍ତରେ ଅମିତାଭ ବଚ୍ଚନ ସାର୍ ଇମୋସନାଲ୍ ହୋଇପଡିଛନ୍ତି।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0