spot_img

ନିଲମ୍ବନ ଆଦେଶ ପ୍ରତ୍ୟାହାର ହେବ ନାହିଁ

ମୌସୁମୀ ଅଧିବେଶନର ହଟ୍ଟଗୋଳ ପାଇଁ ଶୀତ ଅଧିବେଶନରେ ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନ ସହଜରେ ହଜମ କରିପାରୁ ନାହାନ୍ତି ବିରୋଧୀ। ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କୟା ନାଇଡୁ ଶୀତ ଅଧିବେଶନର ପ୍ରଥମ ଦିନରେ ୧୨ ଜଣ ବିରୋଧୀ ସାଂସଦଙ୍କୁ ଗୃହରୁ ନିଲମ୍ୱନ କରିବା ପରେ ଏହାକୁ ନେଇ ହଟଚମଟ ଦେଖିବାକୁ ମିଳିଛି। ଆଜି ରାଜ୍ୟସଭାରେ ନିଲମ୍ବନ ଆଦେଶ ପ୍ରତ୍ୟାହାର ପାଇଁ ଜୋରଦାର ଦାବି ହୋଇଥିଲା। ଏହାପୂର୍ବରୁ ବିରୋଧୀ ଦଳର ସଦସ୍ୟମାନେ ବୈଠକ କରିଥିଲେ। ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖାଡଗେ ନିଲମ୍ବନକୁ ବେଆଇନ ବୋଲି କହିବା ସହ ପ୍ରତ୍ୟାହାର ପାଇଁ ଦାବି କରିଥିଲେ। ଏହାକୁ ଅଗ୍ରାହ୍ୟ କରି ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କୟା ନାଇଡୁ ଖୁବ ବିରକ୍ତ ପ୍ରକାଶ କରିଛନ୍ତି। ସେ କହିଛନ୍ତି, “ଧାରା ୨୫୬ ଓ ୨୫୯ ଅନୁସାରେ ଏପରି ନିଷ୍ପତ୍ତି ନେବାର ଅଧିକାର ଗୃହର ରହିଛି। ଗତକାଲି ଯାହା ଘଟିଲା, ତା’ ଉପରେ ଅଧ୍ୟକ୍ଷ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାନ୍ତି। ଗୃହ ହିଁ କାର୍ଯ୍ୟାନୁଷ୍ଠାନ ନେଇଛି। ଆପଣ ଅଗଷ୍ଟ ୧୦ ରେକର୍ଡକୁ ଯାଆନ୍ତୁ। ଆମେ ସବୁ ସଦସ୍ୟଙ୍କ ନାଁ ନେଇଛୁ। ଆପଣ ଗୃହକୁ ବିଭ୍ରାନ୍ତ କରୁଛନ୍ତି, ଏଠାରେ ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି। ଟେବୁଲ ବାଡ଼େଇ ହଟ୍ଟଗୋଳ କରୁଛନ୍ତି। କେବଳ ରାଜ୍ୟସଭା ନୁହେଁ, ଲୋକସଭାରେ ମଧ୍ୟ ଆଜି ଆରମ୍ଭରୁ ହଟ୍ଟଗୋଳ ଦେଖିବାକୁ ମିଳିଛି। ଏହି କାରଣରୁ ଗୃହକୁ ଦିନ ୨ଟା ଯାଏ ମୁଲତବୀ ଘୋଷଣା କରାଯାଇଛି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular