ବିଶ୍ୱର ୧୫ରୁ ଅଧିକ ଦେଶରେ ଏବେ ମରାତ୍ମକ ଓମିକ୍ରନ ଭାରିଏଣ୍ଟ ବ୍ୟାପି ଗଲାଣି। ଏହା ସତ୍ତ୍ୱେ ବିଭିନ୍ନ ଦେଶରୁ ବିମାନ ଭାରତକୁ ଆସୁଛି। ସେହିପରି ଡିସେମ୍ବର ୧୫ରୁ ମଧ୍ୟ ନିୟମିତ ଅନ୍ତର୍ଜାତୀୟ ବିମାନ ସେବା ଆରମ୍ଭ ହେବ। ତେଣୁ ଭାରତରେ ଓମିକ୍ରନ ଭାଇରସ ପ୍ରବେଶ କରିବାର ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ତୁରନ୍ତ ଅନ୍ତର୍ଜାତୀୟ ବିମାନ ସେବା ଉପରେ କଟକଣା ଲଗାଇବାକୁ ଦାବି କରିଛନ୍ତି। ସେ କହିଛନ୍ତି, ମିଷ୍ଟର ପିଏମ! ଦୟା କରି ଅନ୍ତର୍ଜାତୀୟ ବିମାନ ସେବା ବନ୍ଦ କରନ୍ତୁ। ଏବେ କେଜ୍ରିୱାଲ ଟ୍ୱିଟ କରି କହିଛନ୍ତି, ଓମିକ୍ରନ ଦ୍ୱାରା ପ୍ରଭାବିତ ଦେଶଗୁଡ଼ିକ ସହ ଅଧିକାଂଶ ରାଷ୍ଟ୍ର ବିମାନ ଚଳାଚଳ ବନ୍ଦ କରିଛନ୍ତି। ଆମେ କାହିଁକି ବିଳମ୍ବ କରିବା? କରୋନାର ପ୍ରଥମ ୱେଭ ବେଳେ ମଧ୍ୟ ଆମେ ବିମାନ ଚଳାଚଳ ଉପରେ କଟକଣା ଲଗାଇବାରେ ବିଳମ୍ବ କରିଥିଲେ। ଅଧିକାଂଶ ଅନ୍ତର୍ଜାତୀୟ ବିମାନ ଦିଲ୍ଲୀରେ ଅବତରଣ କରୁଛି। ଏଥିପାଇଁ ଦିଲ୍ଲୀ ଅଧିକ ପ୍ରଭାବିତ ହେଉଛି। ପ୍ରଧାନମନ୍ତ୍ରୀ ସାହିବ, ଦାୟା କରି ବିମାନକୁ ବନ୍ଦ କରନ୍ତୁ। ଆଫ୍ରିକା ସମେତ ୟୁରୋପରେ ଓମିକ୍ରନ ଭାରିଏଣ୍ଟ ଏବେ ଚିନ୍ତା ସୃଷ୍ଟି କରୁଛି। ଭାରତରେ ଏଯାଏ ଓମିକ୍ରନ ଠାବ ହୋଇନି। କିନ୍ତୁ ବିଦେଶରୁ ଲୋକମାନେ ଫେରୁଥିବାରୁ ଭାରତରେ ଏହା କୌଣସି ମୁହୂର୍ତ୍ତରେ ପହଞ୍ଚି ଯିବାର ଆଶଙ୍କା ରହିଛି। ଓମିକ୍ରନ ଯେମିତି ଦେଶରେ ପ୍ରବେଶ ନ କରିବ, ସେଥିପାଇଁ ଘନଘନ ବୈଠକ କରାଯାଉଛି। ବିଦେଶ ଫେରନ୍ତାଙ୍କ ଉପରେ ନଜର ରଖିବାକୁ ମଧ୍ୟ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0