ବିବାଦୀୟ ବୟାନ ଓ ରାଜନେତାଙ୍କୁ ଟାର୍ଗେଟ କରିବା ପରେ ଏବେ ଟ୍ୱିଟ୍ରର ପୂର୍ବତନ ସିଇଓଙ୍କୁ କଙ୍ଗନା କରିଛନ୍ତି ଟାର୍ଗେଟ୍। କଙ୍ଗନା ତାଙ୍କର ତାତ୍ସଲ୍ୟ ଉଡାଇଛନ୍ତି। ସେ ନିଜ ଇନ୍ଷ୍ଟାଗ୍ରାମ ଷ୍ଟୋରୀରେ ଟ୍ୱିଟର୍ର ପୂର୍ବତନ ସିଇଓ ଜ୍ୟାକ୍ ଡୋର୍ସିଙ୍କୁ ପରିହାସ କରିଛନ୍ତି। କଙ୍ଗନା ନିଜ ଇନ୍ଷ୍ଟାଗ୍ରାମରେ ଏକ ଟ୍ୱିଟ୍ର ସ୍କ୍ରିନ୍ ଶଟ୍ ଶେୟାର କରି ‘ବାଏ ଚାଚା ଜ୍ୟାକ୍’ ବୋଲି ଲେଖିଛନ୍ତି। ଏଥିସହ ନିଜ ଖୁସି ଜାହିର କରିଛନ୍ତି ସେ। ଏହାକୁ ନେଇ ଏବେ ସୋଶାଲ ମିଡିଆରେ ଜୋରଦାର ହଙ୍ଗାମା ଆରମ୍ଭ ହୋଇଛି। ଟ୍ୱିଟ୍ର ସିଇଓ ପଦରୁ ଜ୍ୟାକ୍ ଡୋର୍ସି ଇସ୍ଥଫା ଦେଇଛନ୍ତି। ତାଙ୍କ ସ୍ଥାନରେ ଏବେ ଜଣେ ଭାରତୀୟ ପରାଗ ଅଗ୍ରୱାଲଙ୍କୁ ଦାୟିତ୍ୱ ଦିଆଯାଇଛି। ଏହାପରେ ଚାରିଆଡେ ତାଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି। ସୋଶାଲ ମିଡିଆରେ ପରାଗଙ୍କ ନାଁ ଟ୍ରେଣ୍ଡ କରୁଛି। ତାଙ୍କୁ ଅଗ୍ରୱାଲ ଜୀ କା ବେଟା ବୋଲି କୁହାଯାଉଛି।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0