ଗତକାଲି ବିଳମ୍ବିତ ରାତ୍ରିରେ ଆଳି ପଦ୍ମପୁର ନିକଟରେ ଚୋରା ଗୋରୁ ବୋଝେଇ ହୋଇ ଯାଉଥିବା ଖବର ପାଇ ଆଳିର ଜଣେ ସାମାଜିକ କର୍ମୀ ଜଣେ ସାମ୍ବାଦିକଙ୍କୁ ନେଇ ଉକ୍ତ ଗାଡିକୁ ଅଟକାଇବା ସହିତ ଆଳି ଥାନାକୁ ଖବର କରିଥିଲେ କିନ୍ତୁ ଆଳି ପୋଲିସ ଏହା ଉପରେ କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତ୍ତେ ଗତକାଲି ରାତି ଠାରୁ ଉକ୍ତ ସାମାଜିକ କର୍ମୀ ,ସାମ୍ବାଦିକ ଓ ଅନ୍ୟଜଣେ ଲୋକଙ୍କୁ ଥାନାରେ ଅଟକ ରଖି ଥିବା ବେଳେ ଆଜି ସନ୍ଧ୍ୟାରେ ସେମାନଙ୍କୁ କୋର୍ଟ ଚାଲାଣ କରିଛି ତେବେ ଏହି ଘଟଣାରେ କେନ୍ଦ୍ରାପଡା ସାମ୍ବାଦିକ ଓ ସମାଜିକ କର୍ମୀଙ୍କ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।ତେବେ କୋର୍ଟ କୁ ଫରୱାର୍ଡ କରୁଥିବା ବେଳେ ଉକ୍ତ ଅମାଜ ସେବୀ ଚୋରା ଗୋ ଚାଲାଣ ସହିତ ପୋଲିସ ସମ୍ପୃକ୍ତ ଥିବା କହୁଥିବା ବେଳେ ପଟାମୁଣ୍ଡାଇ ଏସ ଡି ପି ଓ କିନ୍ତୁ ଭିନ୍ନ କଥା କହିଛନ୍ତି।ଏହି ତିନିଜଣ ଆଳି ପଦ୍ମପୁର ଅଞ୍ଚଳର ଜଣେ ଲୋକ ଠାରୁ ଦାଦା ବଟି ମାଗି ପାଞ୍ଚ ହଜାର ଲୁଟ କରିଥିବା ନେଇ କୋର୍ଟ ଚାଲାଣ ହୋଇଥିବା କହିଛନ୍ତି।ତେବେ ବାସ୍ତବରେ ପୋଲିସ ଓ ଗିରଫ ବ୍ୟକ୍ତିଙ୍କ କଥାରେ ଅଲଗା ଅଲଗା ମତ ପ୍ରକାଶ ପାଉଥିବା ବେଳେ ଏନେଇ ପୋଲିସ ର ପ୍ରାୟୋଜିତ ଘଟଣା ବୋଲି କହିଛନ୍ତି କେନ୍ଦ୍ରାପଡା ଧର୍ମରକ୍ଷା ଅଭିଯାନ ର ମୁଖ୍ୟ ସସାଙ୍ଗ କୁମାର ଜେନା।



Visitors Today : 2
Total Visitors : 130302
Total Views : 9891805
Visitors Online Now : 0