spot_img

ବିଦେଶ ଫେରନ୍ତାଙ୍କ ପାଇଁ ହେବ RTPCR ଟେଷ୍ଟ

କେନ୍ଦ୍ର ସ୍ବାସ୍ଥ୍ୟ ସଚିବଙ୍କ ସହ ବୈଠକ ପରେ ପ୍ରତିକ୍ରିୟା ରଖିଛନ୍ତି ଡିଏମଇଟି ରମା ରମଣ ମହାନ୍ତି । ସେ କହିଛନ୍ତି, ଯେଉଁମାନେ ଓମିକ୍ରନ ସଂକ୍ରମିତ ଦେଶରୁ ଆସିଛନ୍ତି ସେମାନଙ୍କ ଆରଟିପିସିଆର ଟେଷ୍ଟ ହେବ । ଯେଉଁମାନେ ନେଗେଟିଭ ବାହାରିବେ ତାଙ୍କୁ ୭ଦିନ ଆଇସୋଲେସନରେ ରଖାଯିବ । ୭ ଦିନ ପରେ ଆରଟିପିସିଆର ଟେଷ୍ଟ କରାଯିବ । ଯେଉଁମାନେ ପଜିଟିଭ ବାହାରିଥିବେ ତାଙ୍କର କଣ୍ଟାକ୍ଟ ଟ୍ରେସିଂ କରାଯାଇ ଚିକିତ୍ସା କରାଯିବ । ଫୋକାଲ ପଏଣ୍ଟରେ କେଶ ବଢୁଛି । ସେହି କେଶ ଗୁଡ଼ିକର ଟେଷ୍ଟିଂ ହେଉ । ତାର ଜିନମ ସିକ୍ୟୁଏନ୍ସ କରାଯିବ । ଯେଉଁଠି ଅଧିକ କେଶ ବଢୁଥିବ କ୍ଲଷ୍ଟର କରାଯାଇ ଟେଷ୍ଟିଂ କରାଯିବ । ପ୍ରଥମ ଦ୍ବିତୀୟ ଲହରରେ ଯେଉଁ ସ୍ବାସ୍ଥ୍ୟ ଭିତ୍ତିଭୂମି ଥିଲା ତାକୁ ସୁଦୄଢ଼ କରିବା ପାଇଁ ରେଗୁଲାର ସାଇଣ୍ଟିଫିକ ଡାଟା ପବ୍ଲିକକୁ ଦିଆଯିବ । ଏୟାରପୋର୍ଟ ହେଉ କି ବର୍ଡର ହେଉ ଏଥିରେ କଡ଼ାକଡ଼ି ଚେକିଂ ହେବ । ଏୟାର ସୁବିଧା ପୋର୍ଟାଲରୁ ଯେଉଁମାନେ ଟ୍ରାନଜିଟ୍ ଦେଶ ଦେଇ ଆସୁଛନ୍ତି ସେ ତଥ୍ୟ ରାଜ୍ୟ ସରକାରଙ୍କୁ ଜଣାଇବା ପାଇଁ ସ୍ବାସ୍ଥ୍ୟ ସଚିବ କେନ୍ଦ୍ରକୁ ନିବେଦନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular