ସଂପ୍ରତି କରୋନା ଭାଇରସ୍ର ନୂତନ ଭାରିଆଣ୍ଟ ଓମିକ୍ରନ ସମଗ୍ର ବିଶ୍ୱରେ ଭୟ ଓ ଆତଙ୍କର ବାତାବରଣ ସୃଷ୍ଟି କରିଛି। ବିଶ୍ୱ ସ୍ୱାସ୍ଥ୍ୟ ସଂସ୍ଥା (ହୁ) ଓମିକ୍ରନକୁ ଭୟାନକ ଓ ଚିନ୍ତାର କାରଣ ବୋଲି କହିବା ପରେ ମହାରାଷ୍ଟ୍ର ସରକାର ଏବେ ସମସ୍ତ ଘରୋଇ ବିମାନ ଯାତ୍ରୀମାନଙ୍କ ପାଇଁ ଆରଟି-ପିସିଆର ପରୀକ୍ଷାକୁ ବାଧ୍ୟତାମୂଳକ କରି ଦେଇଛନ୍ତି। ନଭେମ୍ବର ୩୦ ତାରିଖରେ ଏ ସଂକ୍ରାନ୍ତରେ ଜାର କରିଥିବା ଏକ ଆଦେଶରେ ମହାରାଷ୍ଟ୍ର ସରକାର ସମସ୍ତ ଆନ୍ତଃରାଜ୍ୟ ଯାତ୍ରୀମାନଙ୍କ ପାଇଁ ସମ୍ପୂର୍ଣ୍ଣ ଟିକା କରଣ କିମ୍ବା ବୈଧ ଆରଟି-ପିସିଆର ପରୀକ୍ଷା କରିବା ଏବଂ ଆନ୍ତଃ-ରାଜ୍ୟ ଯାତ୍ରୀମାନଙ୍କ ପାଇଁ ବିନା ବ୍ୟତିକ୍ରମରେ ଆରଟି-ପିସିଆର ପରୀକ୍ଷା (୪୮ଘଣ୍ଟା) ମଧ୍ୟରେ କରିବାକୁ ବାଧ୍ୟତାମୂଳକ କରିଛନ୍ତି।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0