ଦେଶର ରାଜଧାନୀ ଦିଲ୍ଲୀର ବର୍ଦ୍ଧିତ ପ୍ରଦୂଷଣକୁ ନେଇ ସରକାରଙ୍କ ଉପରେ ପ୍ରବଳ ବର୍ଷିଛନ୍ତି ସୁପ୍ରିମକୋର୍ଟ। ପ୍ରଦୂଷଣ ହ୍ରାସ ହୋଇଥିବା ସରକାର କହୁଥିଲେ ମଧ୍ୟ ଏଥିରେ ସତ୍ୟତା ନାହିଁ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି। ପ୍ରଦୂଷଣକୁ ହ୍ରାସ କରିବା ପାଇଁ ସରକାର ନେଇଥିବା ପଦକ୍ଷେପରେ ଅସନ୍ତୋଷ ପ୍ରକାଶ କରି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଏନଭି ରମନ୍ନା କହିଛନ୍ତି, “ଆମକୁ ଲାଗୁଛି କିଛି ବି ପଦକ୍ଷେପ ନିଆଯାଉନି ଓ ପ୍ରଦୂଷଣ କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି। କେବଳ ସମୟ ନଷ୍ଟ କରାଯାଉଛି।” ରାଜଧାନୀ ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ଜାରି ରହିଥିବା ପ୍ରଦୂଷଣକୁ ନେଇ କ୍ରମାଗତ ୪ର୍ଥ ସପ୍ତାହ ପାଇଁ ସୁପ୍ରିମକୋର୍ଟ ଶୁଣାଣି କରିଛନ୍ତି। ଆଜି ଶୁଣାଣି ବେଳେ ଶିଳ୍ପ ଓ ଗାଡ଼ି ଯୋଗୁ ହେଉଥିବା ପ୍ରଦୂଷଣକୁ ରୋକିବା ପାଇଁ ସୁପ୍ରିମକୋର୍ଟ ଉଭୟ କେନ୍ଦ୍ର ଓ ଦିଲ୍ଲୀ ସରକାରଙ୍କୁ ୨୪ ଘଣ୍ଟାର ମହଲତ ଦେଇଛନ୍ତି। ଏଥିସହ ପ୍ରଦୂଷଣ ସତ୍ତ୍ୱେ ସ୍କୁଲ କାହିଁକି ଖୋଲା ବୋଲି କହି ଦିଲ୍ଲୀ ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ସ୍କୁଲ ଖୋଲିବା ସମ୍ପର୍କରେ ଜବାବ ଦେଇ ଦିଲ୍ଲୀ ସରକାରଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଅଭିଷେକ ମନୁସିଙ୍ଘଭୀ କହିଥିଲେ ଯେ “ସ୍କୁଲକୁ ନେଇ ଅନେକ ବିତର୍କ ଚାଲୁଛି। ପାଠପଢ଼ା ନଷ୍ଟ ହେଉଛି ବୋଲି ଅନେକ କହୁଛନ୍ତି। ଆମେ ଅନଲାଇନ ବିକଳ୍ପ ରଖି ସ୍କୁଲ ଖୋଲିବାକୁ ଅନୁମତି ଦେଇଛୁ।” ଜଷ୍ଟିସ ରମନ୍ନା ଆହୁରି ବିରକ୍ତ ହୋଇଥିଲେ। ସେ କହିଛନ୍ତି, “ଆପଣ କହୁଛନ୍ତି ଏହାକୁ ଆପଣ ବିକଳ୍ପ ଭାବେ ରଖିଛନ୍ତି। କିନ୍ତୁ କିଏ ଘରେ ବସିବାକୁ ଚାହେଁ? ଆମମାନଙ୍କର ପିଲା ଓ ନାତିତାନୁଣୀ ବି ଅଛନ୍ତି। ମହାମାରୀ ଆରମ୍ଭ ହେବା ଦିନଠାରୁ ସେମାନେ ଭୋଗୁଥିବା ସମସ୍ୟା କଥା ଆମେ ଜାଣିଛୁ। ଯଦି ଆପଣ କୌଣସି ପଦକ୍ଷେପ ନ ନେବେ, ତା’ହେଲେ ଆମେ ବାଧ୍ୟ ହୋଇ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0