ବଙ୍ଗୋପସାଗରରୁ ଆସୁଥିବା ସମ୍ଭାବ୍ୟ ସାମୁଦ୍ରିକ ବାତ୍ୟା ଏବଂ ଦେଶରେ ବାତ୍ୟା ସମ୍ବନ୍ଧୀୟ ପରିସ୍ଥିତି ବିଷୟରେ ଆଲୋଚନା କରିବା ଲାଗି ପ୍ରଧାନମନ୍ତ୍ରୀ ଆଜି ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଡକାଇଥିଲେ। ବଙ୍ଗୋପସାଗର ଉପରେ ସୃଷ୍ଟ ଏକ ଲଘୁଚାପ କ୍ଷେତ୍ର ତୀବ୍ରତର ହୋଇ ଡିସେମ୍ବର ୩ ତାରିଖରେ ସାମୁଦ୍ରିକ ବାତ୍ୟା ‘ଜୋୱାଦ୍’ ପାଲଟିବାର ଆଶଙ୍କା ରହିଛି। ଡିସେମ୍ବର ୪ ତାରିଖ ସକାଳ ସୁଦ୍ଧା ‘ଜୋୱାଦ୍’ ଘଣ୍ଟା ପ୍ରତି ୨୦ ରୁ ୧୦୦ କି. ମି. ବେଗରେ ଆନ୍ଧ୍ର ପ୍ରଦେଶ ଏବଂ ଓଡ଼ିଶା ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି। ବାତ୍ୟା ପ୍ରବାହ ସହ ସମ୍ପୃକ୍ତ ରାଜ୍ୟଗୁଡ଼ିକର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ପ୍ରବଳ ବୃଷ୍ଟିପାତ ଏବଂ ଜୁଆରିଆ ଢେଉ ମାଡ଼ି ଆସିବାର ସମ୍ଭାବନା ରହିଛି। ଜାତୀୟ ବିପର୍ଯ୍ୟୟ ମୁକାବିଲା ବଳ’ (ଏନ୍ଡିଆର୍ଏଫ୍) ଆନ୍ଧ୍ର ପ୍ରଦେଶ, ଓଡ଼ିଶା ଏବଂ ପଶ୍ଚିମବଙ୍ଗରେ ୩୨ଟି ଟିମ୍ ମୁତୟନ କରିବା ସହ ଅତିରିକ୍ତ ଟିମ୍ ପ୍ରସ୍ତୁତ କରି ରଖିଛି। ଜାହାଜ ଏବଂ ବିମାନ ସହ ସେନା ଓ ନୌସେନା ମଧ୍ୟ ପ୍ରସ୍ତୁତ ହୋଇ ରହିଛନ୍ତି। ବାତ୍ୟା ସ୍ଥଳଭାଗ ପ୍ରବେଶ କରିବା ପୂର୍ବରୁ ବୁଧବାର ଦିନ‘ ଜାତୀୟ ସଙ୍କଟ ପରିଚାଳନା କମିଟି’ର କ୍ୟାବିନେଟ୍ ସଚିବ ରାଜୀବ ଗୌବା ମଧ୍ୟ କେନ୍ଦ୍ରୀୟ ମନ୍ତ୍ରାଳୟ ଏବଂ ଏଜେନ୍ସିମାନଙ୍କର ପ୍ରସ୍ତୁତି ସମୀକ୍ଷା ପାଇଁ ବୈଠକ ଡାକିଥିଲେ।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0