ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ସ୍ଵରା ଭାସ୍କର ସବୁବେଳେ ନିଜ ମନ୍ତବ୍ୟ ପାଇଁ ଚର୍ଚ୍ଚାରେ ରହିଥାନ୍ତି | ତେବେ ସେ ଏକ ଅନାଥ ପିଲାକୁ ଗ୍ରହଣ କରିବା ନିଷ୍ପତ୍ତି ସମସ୍ତଙ୍କୁ ଚକିତ କରାଇ ଦେଇଛି | ଏବେ ସେ ମା ହେବାକୁ ଅପେକ୍ଷା କରି ବସିଛନ୍ତି | ପ୍ରୋସ୍ପେକ୍ଟିଭ ଆଡପିଟିଭ ପେରେଣ୍ଟ ରେ ସ୍ଵରାଙ୍କ ନାମ ଦାଖଲ କରାଯାଇଛି | ଏହି ବିଷୟରେ ନିଷ୍ପତ୍ତି ଓ ତାର ପ୍ରଣାଳୀ କଥା କହିଛନ୍ତି ସ୍ଵରା | ଏହି ପ୍ରଣାଳୀ ଅଧିକ ଲମ୍ବା | ଏଥିରେ ବହୁତ ଅପେକ୍ଷା କରିବାକୁ ପଡିଥାଏ | ଅନାଥ ପିଲାଙ୍କୁ ସେଇ ଲୋକଙ୍କୁ ଦିଆଯାଏ ଯିଏ ତାକୁ ପାଳିବାର କ୍ଷମତା ଥିବ | ମୁଁ ବିବାହ ପୂର୍ବରୁ ମା ହେବି ଏକଥା ଶୁଣି ଲୋକେ ପରିହାସ ଆରମ୍ଭ କରି ଦେଲେଣି | ମତେ ଆଉ କେହି ବାହା ହେବେ ନାହିଁ ବୋଲି ଲୋକେ ମତ ଦେଉଛନ୍ତି |



Visitors Today : 2
Total Visitors : 130168
Total Views : 9891613
Visitors Online Now : 0