ଦିଲ୍ଲୀ ହାଇଦ୍ରାବାଦ୍ ହାଉସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଙ୍କ ମଧ୍ୟରେ ସାକ୍ଷାତ ଆଲୋଚନା ହୋଇଛି । ଏହି ଅବସରରେ ମୋଦି କହିଛନ୍ତି, କୋଭିଡ୍ ମହାମାରୀ ସ୍ଥିତି ସତ୍ବେ ଭାରତ ଏବଂ ରୁଷ ୨ ଦେଶ ଭିତରେ ସଂପର୍କ ମଜଭୁତ ହୋଇଛି । ଭାକସିନ୍ ପରୀକ୍ଷଣ ଏବଂ ଉତ୍ପାଦନ କ୍ଷେତ୍ରରେ ଦ୍ବିପାକ୍ଷିକ ସହଯୋଗ ବୃଦ୍ଧି ପାଇଛି । ଭାରତ ଏବଂ ରୁଷ ଭିତରେ ସଂପର୍କ ଦୃଢ଼ ରହିଛି । ଆର୍ଥିକ ସଂପର୍କ ବୃଦ୍ଧି ନେଇ ଭାରତ ଦୀର୍ଘମିଆଦି ରଣନୀତି ଉପରେ ଜୋର ଦେଉଛି । ୨୦୨୫ ସୁଦ୍ଧା ୩୦ ଅରବ ଡଲାର ବ୍ୟବସାୟ ଏବଂ ୫୦ ଅରବ ଡଲାର ନିବେଶ ଲକ୍ଷ୍ୟ ରଖାଯାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି । ଭାରତ-ରୁଷ ମଧ୍ୟରେ୧୦ ବର୍ଷିଆ ସାମରିକ ସହଯୋଗ ଚୁକ୍ତି ସହ ୨୮ ଟି ରାଜିନାମା ସ୍ୱାକ୍ଷର ହୋଇଛି ।



Visitors Today : 1
Total Visitors : 129939
Total Views : 9891293
Visitors Online Now : 0