spot_img

ଗେରୁଆ ରଙ୍ଗରୁ ପୁଣି ଧଳା ହେଲା ବାରଣାସୀର ମସଜିଦ

ବାରଣାସୀରେ ମସଜିଦକୁ ଗେରୁଆ ରଙ୍ଗ କରିବା ପ୍ରସଙ୍ଗରେ ପ୍ରଶାସନ ଏବେ ତତ୍ପର ହୋଇ ଉଠିଛନ୍ତି | ଏଠି ମସଜିଦକୁ ପୁଣି ଥରେ ଧଳା ରଙ୍ଗ ଦିଆଯାଉଛି | ଗତ ଗୁରୁବାର ଦିନ ମସଜିଦକୁ ଗେରୁଆ ରଙ୍ଗରେ ରଙ୍ଗେଈ ଦିଆଯାଉଥିଲା | ସୂଚନାଯୋଗ୍ୟ ଯେ 13 ଡ଼ିସେମ୍ବରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାଶୀ ବିଶ୍ୱନାଥର କରିଡର ଉଦଘାଟନ କରିବେ | ଏହି ରାସ୍ତାରେ ପଡିଥିବା ବଡ ବଡ ଘର ମାନଙ୍କର କାନ୍ଥକୁ ଗେରୁଆ ରଙ୍ଗ ଦିଆଯାଇଥିଲା | ଯାହା ଫଳରେ ମୁସଲିମ ସମ୍ପ୍ରଦାୟରେ ଏହାକୁ ନେଇ ଆତଙ୍କ ଦେଖା ଦେଇଥିଲା | ବାରଣାସୀର ବୁଲାନାଲା ଅଂଚଳର ଥିବା ପୁରୁଣା ମସଜିଦକୁ ଗେରୁଆ ରଙ୍ଗରେ ରଙ୍ଗେଈ ଦିଆଯାଇଥିଲା |

LEAVE A REPLY

Please enter your comment!
Please enter your name here

- Advertisment -

Most Popular