ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ମଡେଲିଂ ଦୁନିଆର ପାଦ ରଖିଛନ୍ତି। ସେ ନିଜ ଆସାଇନମେଣ୍ଟର ଏକ ଭିଡିଓ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି। ତାଙ୍କ ଫ୍ୟାଶନ ସେନ୍ସ ପ୍ରତି ପ୍ରଶଂସକ ସବୁବେଳେ ଆକର୍ଷିତ। ସେ ସବୁବେଳେ ସୋସିଆଲ ମିଡ଼ିଆରେ ନିଜ ଫଟୋ ସେୟାର କରିଥାନ୍ତି ଏବଂ ପ୍ରଶଂସକଙ୍କୁ ଏହାକୁ ବହୁତ ପସନ୍ଦ ମଧ୍ୟ କରିଥାନ୍ତି। ଫ୍ୟାନ୍ସଙ୍କୁ ସାରାଙ୍କ ଏହି ନୂଆ ଅବତାର ମଧ୍ୟ ବହୁତ ପସନ୍ଦ ଆସିଛି। ସାରା ନିଜ ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରେ ନିଜର ପ୍ରଥମ ବିଜ୍ଞାପନ ଭିଡିଓ ପୋଷ୍ଟ କରିଛନ୍ତି। ଏହି ଭିଡିଓରେ ସେ ବହୁତ ସୁନ୍ଦର ଲାଗୁଛନ୍ତି। ଇନଷ୍ଟାଗ୍ରାମରେ ସାରାଙ୍କ ୧.୫ ମିଲିୟନ ଫଲୋୟର୍ସ ଅଛନ୍ତି। ଇନଷ୍ଟାଗ୍ରାମରେ ସାରା କେବେ ଟ୍ରାଡିସନାଲ ତ କେବେ ଷ୍ଟାଇଲିଶ ଫଟୋ ସେୟାର କରନ୍ତି। ସାରା ତେନ୍ଦୁଲକର ନିକଟରେ ଏକ ଲୋକପ୍ରିୟ କ୍ଲଦିଙ୍ଗ ବ୍ରାଣ୍ଡ ସହ ଚୁକ୍ତି କରିଛନ୍ତି। ବ୍ରାଣ୍ଡ ପ୍ରମୋଶନ ପାଇଁ ସେ ଅଭିନେତ୍ରୀ ବନିତା ସନ୍ଧୁ ଓ ତାନିୟା ଶ୍ରଫଙ୍କ ସହ ମଡେଲିଂ ଆରମ୍ଭ କରିଛନ୍ତି। ପ୍ରମୋଶନ ଭିଡିଓରେ ୩ଜଣ ପୋଜ ଦେଇଥିବା ନଜର ଆସିଛନ୍ତି। କିଛି ଦିନ ପୂର୍ବରୁ ସାରା ନିଜର ଜିମ ଭିଡିଓ ମଧ୍ୟ ପୋଷ୍ଟ କରିଥିଲେ।



Visitors Today : 2
Total Visitors : 130302
Total Views : 9891805
Visitors Online Now : 1