ପିପୁଲ୍ସ ଡେମୋକ୍ରାଟିକ୍ଟ ମୁଖ୍ୟ ମେହବୁବା ମୁଫତିଙ୍କ ପାକିସ୍ତାନ ପ୍ରେମ କାହାକୁ ଅଛପା ନୁହେଁ। ସମୟ ସମୟରେ ତାଙ୍କର ପାକିସ୍ତାନ ପ୍ରେମ ଜାଗି ଉଠେ। ଜାମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ପୁଣି ଥରେ ସେହି କାମ କରିଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସମୟରେ ଭାରତ-ପାକିସ୍ତାନ ମଧ୍ୟରେ କ୍ରିକେଟ୍ ମ୍ୟାଚ୍ ଆୟୋଜନ ଉଲ୍ଲେଖ କରି ମୋଦୀ ସରକାର ଉପରେ ହମଲା କରିଛନ୍ତି। ସେ କହିଛନ୍ତି, ଏମିତି ଲାଗୁଛି ମହାତ୍ମା ଗାନ୍ଧୀଙ୍କ ଭାରତ ଗୋଡସେର ଭାରତରେ ବଦଳିବାରେ ଲାଗିଛି। ନୂତନ କାଶ୍ମୀରର ନାରା ଦେଇ କେନ୍ଦ୍ର ସରକାର ମିଥ୍ୟା ପ୍ରଚାର କରୁଥିବା କହିଛନ୍ତି ମୁଫତି। ମୁଫତି କହିଛନ୍ତି, ମ୍ୟାଚ୍ ତ ମ୍ୟାଚ୍ ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ ମୁଶାରଫ ତତ୍କାଳୀନ ଭାରତୀୟ ଅଧିନାୟକ ଏମଏସ ଧୋନୀଙ୍କ ପ୍ରଶଂସା ମଧ୍ୟ କରିଥିଲେ। ମାତ୍ର କିଛି ଦିନ ପୂର୍ବେ ଆଗ୍ରାର କିଛି ଯୁବକ ଟି-୨୦ କ୍ରିକେଟ୍ ବିଶ୍ଵ କପରେ ପାକିସ୍ତାନର ଜୟ ଜୟକାର କଲେ। ତେବେ କେହି ହେଲେ ସେମାନଙ୍କ ପକ୍ଷ ନେବାକୁ ପ୍ରସ୍ତୁତ ହେଲେ ନାହିଁ। ଏମିତି ଲାଗୁଛି ଗାନ୍ଧୀଙ୍କ ଭାରତ ଗୋଡସେର ଭାରତରେ ବଦଳୁଛି।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0