ବିହାରର ଭୋଜପୁର ଜିଲ୍ଲାରେ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଯେଉଁଠାରେ ଜଣେ ମହିଳା ଆରାର ଟାଉନ ପୋଲିସ ଷ୍ଟେସନରେ ପହଞ୍ଚି ନିଜକୁ ଫିଲ୍ମ ଷ୍ଟାର ଅମିତାଭ ବଚ୍ଚନଙ୍କ ଝିଅ ବୋଲି କହିଥିଲେ। ଏହି ସମୟରେ ଡ୍ୟୁଟିରେ ଥିବା ସମସ୍ତ ପୋଲିସ କର୍ମଚାରୀ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ପୋଲିସ କର୍ମଚାରୀ ଏହାକୁ ବିଶ୍ୱାସ ନକରି, ମହିଳାଙ୍କୁ ପଚାରିଥିଲେ ଅମିତାଭ ବଚ୍ଚନ କିଏ? ସେ ଉତ୍ତରରେ କହିଥିଲେ ଫିଲ୍ମ ଷ୍ଟାର ଅମିତାଭ ବଚ୍ଚନ ଏବଂ ଜେଜେବାପାଙ୍କ ନାମ ହରିବଂଶ ରାୟ ବଚ୍ଚନ। ଏହା ଶୁଣି ସମସ୍ତ ଅଧିକାରୀ ଚୁପ୍ ହୋଇଗଲେ। ତେବେ କିଛି ସମୟ ପରେ ମହିଳାଙ୍କ କାର୍ଯ୍ୟକଳାପ ଦେଖି ପୋଲିସ୍ ବୁଝିଗଲା ଯେ ତାଙ୍କ ମାନସିକ ଅବସ୍ଥା ଠିକ୍ ନାହିଁ। ସେ କହିଥିଲେ ତାଙ୍କ ଜେଜେମା ତାଙ୍କ ନାମ ଆରାଧ୍ୟା ଏବଂ ମୋନୀ ରଖିଥିଲେ। ତାଙ୍କୁ ପଚାରାଯିବାରୁ ସେ କେଉଁଠାରେ ରୁହନ୍ତି ? ସେ କହିଥିଲେ ପାକିସ୍ତାନରେ।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0