spot_img

୮୭ % ଲୋକ ନେଲେଣି ପ୍ରଥମ ଡୋଜ

ଭୁବନେଶ୍ୱର : ରାଜ୍ୟର ୮୭ ପ୍ରତିଶତ ଲୋକ ପ୍ରଥମ ଡୋଜ ଟିକା ନେଇସାରିଛନ୍ତି । ଏବେବି ୧୩ ପ୍ରତିଶତ ଲୋକ ଟିକା ନେଇନାହାନ୍ତି । ଯାହାର ସଂଖ୍ୟା ୪୧ ଲକ୍ଷ ହେବ । ତେଣୁ ସମସ୍ତେ ସଚେତନ ନାଗରିକ ହିସାବରେ ନିଜେ ଟିକା ନିଅନ୍ତୁ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି । ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ଡିସେମ୍ବର ଶେଷ ସୁଦ୍ଧା ଆମର ପ୍ରଥମ ଡୋଜ ଟିକାକରଣ ଶେଷ କରିବାକୁ ଲକ୍ଷ୍ୟ ରଖିଛି । ରାଜ୍ୟର ୫୪ ପ୍ରତିଶତ ଲୋକ ୨ୟ ଡୋଜ୍‌ ନେଇଛନ୍ତି । ତେଣୁ ଓମିକ୍ରନ୍‌ ଭୂତାଣୁ ଭୟାବହତା ବଢୁଥିବାରୁ ଏଥିପାଇଁ ଆମକୁ ସଜାଗ ରହିବାକୁ ପଡିବ ।ଖାସ୍‌ କରି ମୟୁରଭଞ୍ଜ, କନ୍ଧମାଳ ଓ କଟକ ଭଳି ଜିଲ୍ଲାରେ ପ୍ରଥମ ଡୋଜ ଟୀକା କରଣ ହାର ବହୁତ କମ ରହିଛି । ଏହି ସବୁ ଜିଲ୍ଲାରେ ଖୁବଶୀଘ୍ର ଟିକାକରଣ ସାରିବାକୁ ଲକ୍ଷ୍ୟ ରଖାଯାଇଛି ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular