ଭୁବନେଶ୍ୱର : ଆଜିଠୁ ରାଜଧାନୀରେ ୮ଟି ରୁଟରେ ଗଡ଼ିଲା ମୋ ବସ । ସକାଳ ୭ଟାରୁ ସନ୍ଧ୍ୟା ୭ଟ ପର୍ଯ୍ୟନ୍ତ ଚଳାଚଳ କରିବ । ଏହି ୮ଟି ରୁଟ୍ ହେଉଛି ୧୧, ୧୬, ୧୮, ୨୦, ୨୩, ୨୫, ୨୭ ଏବଂ ୩୩ । ଶନିବାର ଏବଂ ରବିବାର ଦିନ ବସ୍ ଚାଲିବନି । ଶନିବାର ରବିବାର ସପ୍ତାହିକ ସଟ୍ ଡାଉନ୍ ଥିବାରୁ ବସ୍ ଚଳାଚଳ କରିବନି । ଏ ନେଇ ‘ମୋ ବସ୍’ ପରିଚାଳନା ସଂସ୍ଥା ସିଆରୟୁଟି ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।
ସୂଚନାଯୋଗ୍ୟ ଯେ, ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ବଢିବାରେ ଲାଗିଛି । ଏହାସହ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢି ବଢି ଚାଲିଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ରାଜ୍ୟରେ ସଟ୍ ଡାଉନ୍ ଲାଗୁ କରାଯାଇଥିଲା । ଯାହା ଫଳରେ ‘ମୋ ବସ୍’ ସେବା ବନ୍ଦ ରଖାଯାଇଥିଲା ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0