କଣ୍ଟାବାଞ୍ଜି: ଦୁନିଆ ବର୍ତ୍ତମାନ ଯେତେ ଆଧୁନିକ ହେଲେ ମଧ୍ୟ ଏବେ ବି କିଛି ଲୋକେ ଗୁଣି ଗାରେଡି ଭଳି ଅନ୍ଧବିଶ୍ୱାସକୁ ଆପଣେଇଛନ୍ତି । ବଲାଙ୍ଗିର ଜିଲ୍ଳାରେ ଜଣେ ଯୁବକଙ୍କର ସାପ କାମୁଡାରେ ମୃତ୍ୟୁ ହୋଇଥିବା ବେଳେ ଗୁଣିଗାରେଡିରେ ବିଶ୍ୱାସ କରି ପରିବାର ଲୋକେ ଶବ ବ୍ୟବଛଦ କରାଇଦେଲେନି । ସୂଚନା ମୁତାବକ, ବଲାଙ୍ଗିର ଜିଲ୍ଲା ବେଲପଡା ଥାନା ଅନ୍ତର୍ଗତ ବିଲେଇମରା ଗ୍ରାମରେ ଜଣେ ଯୁବକ ଶୋଇଥିବା ସମୟରେ ଏକ ବିଷାକ୍ତ ସାପ କାମୁଡି ଦେବାରୁ ସେ ଗୁରୁତର ହୋଇପଡିଥିଲେ । ପରିବାର ଲୋକେ ପ୍ରଥମେ ତାଙ୍କୁ ଗ୍ରାମର ଜଣେ ଗୁଣିଆଙ୍କ ନିକଟକୁ ନେଇଥିଲେ । ବହୁ ସମୟ ଧରି ଝଡା ଫୁଙ୍କା କରିବା ପରେ କୌଣସି ପ୍ରକର ପ୍ରତିକ୍ରିୟା ନ ଆସିବାରୁ ବହୁ ସମୟ ପରେ ମୁରିବାହାଲ ସିଏଚସିକୁ ଆଣିଥିଲେ । ସେତେବେଳେ ତଙ୍କର ମୃତ୍ୟୁ ହୋଇସାରିଥିଲା । ଏ ନେଇ ମେଡିକାଲ ଇନଚାର୍ଜ ପୋଲିସକୁ ଖବର ଦେବା ପରେ ମୁରିବାହାଲ ଥାନା ପୋଲିସ ଶବ ବ୍ୟବଛଦ ପାଇଁ ପଠାଇବା ସମୟରେ ପରିବାର ଲୋକେ ସମ୍ପୂର୍ଣ୍ଣ ମନା କରିଦେଇଥିଲେ । ଯୁବକଙ୍କ ସ୍ତ୍ରୀ “ମୋ ସ୍ୱାମୀ ବଞ୍ଚିଛନ୍ତି ଗୁଣିଆ ଭଲ କରିଦେବ କହି ଶବକୁ ଘରକୁ ନେଇଯିବା ପାଇଁ ହସ୍ପିଟାଲରେ ଲିଖିତ ଭାବେ ଦେଇ ଥିଲେ ।



Visitors Today : 5
Total Visitors : 130180
Total Views : 9891631
Visitors Online Now : 1