ବାଲେଶ୍ଵର ଜିଲ୍ଲା ଭୋଗରାଇ ଅଧିନସ୍ଥ ନହରା ପଞ୍ଚାୟତର ମନ୍ଦାରୁଣୀ ଗାଁରେ ଶିଆଳ ଆତଙ୍କ ଦେଖାଦେଇଛି। ଗତକାଲି ସନ୍ଧ୍ୟାରେ ୧୦ରୁ ଅଧିକ ଗ୍ରାମବାସୀଙ୍କୁ ଶିଆଳ କାମୁଡ଼ି ଥିବା ଜଣାଯାଇଛି। ସେହିପରି ୧୫ରୁ ଅଧିକ ଗୋରୁ ଗାଈଙ୍କୁ ଶିଆଳ ଆକ୍ରମଣ କରିଥିବା ଜଣାପଡ଼ିଛି।ଗାଁର ମଲ୍ଲୀ ଦଳାଇ, ବିଦ୍ୟୁତ ଦାସ ମହାପାତ୍ର, ସୁବଳ ଜେନା, ଗଙ୍ଗା ଧର ସିଂହ ଓ ସାନୁଆ ପରିଡ଼ାଙ୍କ ସମେତ ୧୦ଜଣ ଶିଆଳ ଆକ୍ରମଣରେ ଶିକାର ହୋଇଥିଲେ।କେଉଁମାନଙ୍କୁ ଶିଆଳ ଘରେ ପଶି କାମୁଡ଼ିଛି ତ ଆଉ କିଏ ବାହାରକୁ ଯାଇଥିବା ବେଳେ ଶିଆଳ ସେମାନଙ୍କୁ ଆକ୍ରମଣ କରିଥିବା ଜଣାଯାଇଛି। ଆଜି ସକାଳେ ସମସ୍ତେ ଡାକ୍ତରଖାନାକୁ ଇଞ୍ଜେକସନ ନେବାକୁ ଯାଇଥିବା ଜଣାଯାଇଛି।ଶିଆଳ ଆତଙ୍କଙ୍କୁ ନେଇ ଗାଁରେ କକୁଆ ଭୟ ସୃଷ୍ଟି ହୋଇଛି। ଲୋକମାନେ ଭୟରେ ହାତରେ ଠେଙ୍ଗା ଧରି ଘର ବାହାରକୁ ବାହାରୁଛନ୍ତି। ଏପର୍ୟ୍ୟନ୍ତ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚିନାହିଁ। ଯାହାକୁ ନେଇ ଗ୍ରାମବାସୀ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି



Visitors Today : 4
Total Visitors : 130422
Total Views : 9891952
Visitors Online Now : 0