ସୁକିନ୍ଦା ରେଞ୍ଜ୍ ଓ ସେକ୍ସନ ଅନ୍ତର୍ଗତ ବିଭିନ୍ନ ଗାଁରେ ଗତ ୩ ଦିନ ଧରି ଏକ ଦନ୍ତାହାତୀ ଉପଦ୍ରବ ଦେଖିବାକୁ ମିଳିଛି । ଗତ ମଙ୍ଗଳବାର ସଂଧ୍ୟାରେ ଢେଙ୍କାନାଳ ଜିଲ୍ଲା ଷଡ଼ଙ୍ଗୀ ରେଞ୍ଜ୍ ଅନ୍ତର୍ଗତ ମନ୍ଦାର ବ୍ରାହ୍ମଣୀ ସେତୁ ପାରହୋଇ ଏହି ହାତୀଟି ନୀଳକଣ୍ଠପୁର ଓ ବାଲିବୋ ଜଙ୍ଗଲ ବାଟରେ ସୁକିନ୍ଦା ରେଞ୍ଜ୍ ଅନ୍ତର୍ଗତ ରାଜଗୋଲା ଓ ହରିପୁରରେ ପହଞ୍ଚିଥିଲା। ହାତୀଟି ଧାନକ୍ଷେତରେ ଦଳିମକଚି ନଷ୍ଟ କରିଥିଲା। ଗୁରୁବାର ବଡ଼ି ଭୋରୁ ଝରଣାସାହି ଜଙ୍ଗଲ ହୋଇ ହାତୀଟି ଯାଇଥିବା ବେଳେ ଚଟିକିପଶି ଗ୍ରାମ୍ୟ ଜଙ୍ଗଲରେ ଦିନ ସାରା ରହିଥିଲା। ରେଞ୍ଜର ବିପିନ ବିହାରୀ ରାଉତରାୟଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ସୁକିନ୍ଦା ବନପାଳ ଦୀପ୍ତିମୟୀ ନାୟକ, ରାଁସୋଳ ବନପାଳ ନରେଶ କୁମାର ଟୁଡ଼ୁ, ବନରକ୍ଷୀ ନବ କୁମାର ବେହେରା, ସୁଶାନ୍ତ ନାୟକ, ଇପସିତ ରାୟ ନାଏକ ଓ ଗଙ୍ଗାଧର ମୁର୍ମୁଙ୍କ ନେତୃତ୍ବରେ ୨୦ ରୁ ଅଧିକ ସ୍କ୍ବାଡ୍ ହାତୀ ଘଉଡ଼ାଇବା ଉଦ୍ୟମ କରିଥିଲେ।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0