ବସ୍ତି ବାସିନ୍ଦା ଡୁମଡୁମା ସୁବାସ ନଗର ବସ୍ତି ଉଚ୍ଛେଦକୁ ବିରୋଧ କରି ଧାରଣାରେ ବସିଥିଲେ। କଂଗ୍ରେସ ପ୍ରଭାରୀ ଏ. ଚେଲ୍ଲା କୁମାର ଏବଂ ସଭାପତି ନିରଞ୍ଜନ ପଟ୍ଟନାୟକ ବସ୍ତି ବାସିନ୍ଦାଙ୍କୁ ଭେଟିଲେ । ବିଧାୟକ ସୁରେଶ ରାଉତରାୟ ଏବଂ ଭୁବନେଶ୍ଵର ଜିଲ୍ଳା ସଭାପତି ବିଶ୍ଵଜିତ ଦାସ ଏବଂ ରଶ୍ମି ମହାପାତ୍ରଙ୍କ ସହ କେତେକ କଂଗ୍ରେସ ନେତାମାନେ ମଧ୍ୟ ଭେଟିଛନ୍ତି। ରାଜ୍ୟ ସରକାରଙ୍କ ବେଆଇନ ଉଚ୍ଛେଦକୁ ବିରୋଧ କରି ୧୧ ଦିନ ହେବ ବସ୍ତି ମଧ୍ୟରେ ବସିଛନ୍ତି ବାସିନ୍ଦାମାନେ। ସେମାନଙ୍କୁ କଂଗ୍ରେସ ନେତା ଭେଟି ସେମାନଙ୍କୁ ସମର୍ଥନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ଥଇଥାନ ନହେବା ପର୍ଯ୍ୟନ୍ତ ଉଚ୍ଛେଦ ବେଆଇନ ବୋଲି କହିଛି କଂଗ୍ରେସ।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0