ଟ୍ରିବ୍ୟୁନାଲରେ ଆଜି ପାଇଁ ମହାନଦୀ ଜଳ ବିବାଦ ମାମଲାର ଶେଷ ହୋଇଥିବା ଜଣାଯାଇଛି । ଶୁଣାଣି ଭିଡିଓ କନଫରେନ୍ସ ମାଧ୍ୟମ ରେ ହୋଇଛି । । ଆଜି ଶୁଣାଣିରେ ଆଡମିସନ ଓ ଡିନାଏଲ୍ ପ୍ରକ୍ରିୟାକୁ ଚୁଡାନ୍ତ କରିଛନ୍ତି ଟ୍ରିବ୍ୟୁନାଲ। ଏହା ସହ ଟ୍ରିବ୍ୟୁନାଲ ଓଡ଼ିଶା ଓ ଛତିଶଗଡ଼ ଉଭୟ ରାଜ୍ୟକୁ ସାକ୍ଷ୍ୟ ତାଲିକା ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ରୀୟ ସଂସ୍ଥାଗୁଡ଼ିକ ନିକଟରୁ ମହାନଦୀ ଅବବାହିକା ସଂକ୍ରାନ୍ତ ବଳକା ନଥିପତ୍ର ଓ ଦସ୍ତାବିଜ୍ ପାଇଁ ପ୍ରକ୍ରିୟାକୁ ଜାରି ରଖିବାକୁ ଓଡ଼ିଶା ଓ ଛତିଶଗଡ ଉଭୟ ରାଜ୍ୟକୁ ନିର୍ଦ୍ଦେଶ ଦେଇଛନ୍ତି ଟ୍ରିବ୍ୟୁନାଲ। ଫେବୃୟାରୀ ୫ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ। ଏହି ଶୁଣାଣି ବିଚାରପତି ଏ.ଏମ ଖାନୱିଲକରଙ୍କ ଅଧ୍ୟକ୍ଷତାରେ ଗଠିତ ତିନିଜଣିଆ ଖଣ୍ଡପୀଠରେ ହୋଇଛି।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0