ଅତୀତରେ ଓଡ଼ିଶାର ଚାନ୍ଦିପୁରରୁ ବ୍ରହ୍ମୋସ ସୁପରସୋନିକ କ୍ରୁଜ୍ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରିଥିଲା। ଏହା ପୂର୍ବରୁ ବ୍ରହ୍ମୋସ ସୁପରସୋନିକ କ୍ରୁଜ କ୍ଷେପଣାସ୍ତ୍ରର ଆଣ୍ଟି ସିପ୍ ସଫଳତାର ସହ ପରୀକ୍ଷଣ କରାଯାଇଥିଲା। ଆଜି ସକାଳ ୧୧ଟା ବେଳେ ବାଲେଶ୍ୱର ସ୍ଥିତ ଡକ୍ଟର ଏପିଜେ ଅବଦୁଲ କାଲାମ ଦୀପରେ ଅଗ୍ନି ପ୍ରାଇମ୍ କ୍ଷେପଣାସ୍ତ୍ରର ପରୀକ୍ଷଣ କରାଯାଇଛି। ଅଗ୍ନି ପ୍ରାଇମ୍ ହେଉଛି ଅଗ୍ନି ସିରିଜର ଏକ ଆଧୁନିକ କ୍ଷେପଣାସ୍ତ୍ର।ଜାତୀୟ ଗଣମାଧ୍ୟମ ସୂଚନା ଅନୁସାରେ ଏହି କ୍ଷେପଣାସ୍ତ୍ର ୧୦୦୦ରୁ ୨୦୦୦ କିଲୋମିଟର ପର୍ୟ୍ୟନ୍ତ ଶତ୍ରୁ ପକ୍ଷଙ୍କୁ ଆକ୍ରମଣ କରିପାରିବ। ଅଗ୍ନି ପ୍ରାଇମ୍ କ୍ଷେପଣାସ୍ତ୍ରକୁ ଆଜି ଦ୍ୱିତୀୟ ଥର ପାଇଁ ସଫଳ ପରୀକ୍ଷଣ କରାଯାଇଛି। ଏହା ପୂର୍ବରୁ ଅର୍ଥାତ ଜୁନ୍ ୨୮ ତାରିଖରେ ଏହି କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଥିଲା। ଏହି କ୍ଷେପଣାସ୍ତ୍ରକୁ ଡିଆରଡିଓ ଦ୍ୱାରା ବିକଶିତ କରାଯାଇଛି। ଏଏନ୍ଆଇର ରିପୋର୍ଟ ଅନୁସାରେ ପରମାଣୁ କ୍ଷମତା ସମ୍ପନ୍ନ ଏହି କ୍ଷେପଣାସ୍ତ୍ରରେ ଏବେ ବହୁ ନୂଆ ଜ୍ଞାନକୌଶଳ ପ୍ରୟୋଗ କରାଯାଇଛି। ଏଥିରେ ଏହାକୁ ଟ୍ରେନ୍ କିମ୍ବା କଣ୍ଟେନରରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରାଯାଇପାରିବ। ଅଗ୍ନି ପ୍ରାଇମ୍ର ସଫଳ ପରୀକ୍ଷଣ ପରେ ଡିଆର୍ଡିଓକୁ ଅଭିନନ୍ଦନ ଜଣାଇଛନ୍ତି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0