ଭୁବନେଶ୍ୱର : କରୋନାର ନୂଆ ଭାରିୟାଣ୍ଟର ସଂକ୍ରମଣ ଉପରେ ଆମେ ତୀକ୍ଷ୍ନ ନଜର ରଖିଛୁ । ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି । ଆବଶ୍ୟକ ପଦକ୍ଷେପ ନେବା ପାଇଁ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ଟୀକାକରଣ ଓ ସଚେତନତା ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ। ଦେଶରେ ଦେଢ ଶହ ପାର୍ କରିଗଲାଣି ଓମିକ୍ରନ ଆକ୍ରାନ୍ତ ସଂଖ୍ୟା । ହୁ ହୁ ମାଡି ଚାଲିଛି କରୋନାର ନୂଆ ଭାରିୟଣ୍ଟ । କର୍ଣ୍ଣାଟକରେ ଆଉ ୫ ଜଣ ନୂଆ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗୁଜରାଟରେ ୩ଟି ଓ ମହାରାଷ୍ଟ୍ରରେ ୬ଟି ନୂଆ ମାମଲା ବାହାରିଛି। ଦେଶରେ ମୋଟ୍ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୫୫ରେ ପହଞ୍ଚିଯାଇଛି। କେନ୍ଦ୍ରଠୁ ରାଜ୍ୟ ସରକାର, ସମସ୍ତେ ଏହା ଉପରେ ସତର୍କ ନଜର ରଖିଛନ୍ତି । ଓଡ଼ିଶାରେ ଏଯାଏ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇନଥିଲେ ମଧ୍ୟ କିଛି ବିଦେଶ ଫେରନ୍ତା କରୋନା ପଜିଟିଭ୍ ଚିହ୍ନଟ ହେବା ଚିନ୍ତା ବଢାଇଛି । ଏହା ଉପରେ ତୀକ୍ଷ୍ନ ନଜର ରଖାଯାଇଥିବା କହିଛନ୍ତି ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0