ପୁରୀ : କଳାକାରଙ୍କ ପାଇଁ ଜିଲ୍ଲାପାଳଙ୍କୁ ଭେଟିଲେ ପଦ୍ମବିଭୂଷଣ ସୁଦର୍ଶନ ସାହୁ । ପୁରୀ ଜିଲ୍ଲାର ଯୋଗ୍ୟ ବୟସ୍କ ସ୍ଥାପତ୍ୟ ଶିଳ୍ପୀ କଳାକାର ଭତ୍ତା ପାଇଁ ଜିଲ୍ଲାପାଳଙ୍କ ନିକଟରେ ଆବେଦନ କରିଥିଲେ ସୁଦର୍ଶନ । ଶିଳ୍ପୀଙ୍କର ଏହି କଳାକୃତିକୁ ପଦ୍ମବିଭୂଷଣ ସୁଦର୍ଶନ ସାହୁ ସ୍ବୀକୃତି ପ୍ରଦାନ କରିଥିଲେ । କିନ୍ତୁ ଏଯାଏଁ ସେମାନଙ୍କୁ ଭତ୍ତା ସ୍ବୀକୃତି ଦିଆଯାଇନାହିଁ। ସେଥିପାଇଁ ନିଜେ ପଦ୍ମବିଭୂଷଣ ସୁଦର୍ଶନ ସାହୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ଲିଖିତ ଭାବେ ଜଣାଇଛନ୍ତି । ଜିଲ୍ଲାର ଯୋଗ୍ୟ ୨୫ ଜଣ ଏଭଳି ଭତ୍ତା ପାଇବାରୁ ବଞ୍ଚିତ ଥିବା ସେ ଅଭିଯୋଗ କରିଛନ୍ତି । ଖୁବଶୀଘ୍ର ଏହି ବୟସ୍କ ପଥର ଶିଳ୍ପୀଙ୍କୁ ଭତ୍ତା ଯୋଗାଇବକୁ ସେ ଦାବି କରିଛନ୍ତି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0