ଅନୁଗୋଳ : ଅନୁଗୋଳ ଜିଲ୍ଲା ତାଳଚେର ବଲଣ୍ଡା ପରିବା ମାର୍କେଟରୁ ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଲେ ବଲଣ୍ଡାର ସରୋଜ ନାଏକ । ସେ ବଳରାମ କୋଇଲା ଖଣିରେ କାମ କରୁଥିଲେ । ସେ ବଲଣ୍ଡାରେ ଗଉଖ କ୍ବାର୍ଡରରେ ରହୁଥିଲେ । ତାଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଛି । ତେଣୁ କେହି ତାଙ୍କୁ ହତ୍ୟା କରିଛନ୍ତି ବୋଲି ଘର ଲୋକ ସନ୍ଦେହ କରୁଛନ୍ତି । ଘଟଣାସ୍ଥଳରେ କୋଲିୟାରୀ ପୋଲିସ ପହଞ୍ଚି ଶବ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0