ପୁଣି ତେଜିଲା ଖରସ୍ରୋତା ସଂଗ୍ରାମ ସମିତି । ତେବେ କିଛି ଦିନର ବ୍ୟବଧାନ ପରେ ପୁଣି ଆଜି କଟକ-ଚାନ୍ଦବାଲି ରାସ୍ତାର ଅଚ୍ୟୁତପୁର ଧାରଣା ସ୍ଥଳ ନିକଟରେ ଘଣ୍ଟିକିଆ ରାସ୍ତାରୋକ କରିଥିବା ଦେଖିବାକୁ ମିଳିଛି ।ରାଜ୍ୟ ସରକାରଙ୍କ ପାନୀୟ ମେଗାଜଳ ପ୍ରକଳ୍ପ କୁ ବିରୋଧ କରି ଦୀର୍ଘ ଦିନ ହେବ ଖରସ୍ରୋତା ସଂଗ୍ରାମ ସମିତି ବିରୋଧ କରିଆସୁଥିବା ବେଳେ ଗତ ଅଗଷ୍ଟ ମାସରେ ଏହା ଉଗ୍ରରୂପ ନେଇଥିଲା। ପ୍ରକଳ୍ପ ଭିତରେ ଧସେଇ ପଶି ସଂଗ୍ରାମ ସମିତି ପ୍ରକଳ୍ପ କାର୍ୟ୍ୟ କୁ ବନ୍ଦ କରିବାକୁ ଉଦ୍ୟମ କରିଥିବା ବେଳେ ପୋଲିସ ଆକ୍ରୋସର ଶିକାର ହୋଇଥିଲେ। ତେବେ ପ୍ରକଳ୍ପ କାର୍ୟ୍ୟ ବନ୍ଦ ନହେବା ଯାଏ ଏହି ରାସ୍ତାରୋକ ପ୍ରତେକ ଦିନ କରାଯିବ ବୋଲି ସୂଚନା ଦେଇଛି ସଂଗ୍ରାମ ସମିତି।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0