ହାଇଦ୍ରାବାଦର ଜଣେ ୧୨ ବର୍ଷୀୟ ବାଳକଙ୍କ କ୍ଷେତ୍ରରେ ସତ ପ୍ରମାଣିତ ହୋଇଛି। ଦୀର୍ଘ ୬୫ ଦିନ ଧରି ଜୀବନ ରକ୍ଷା କରି ଉପକରଣ ବା ଇକମୋ ଚିକିତ୍ସା ପରେ ବାଳକ ଜଣ ସଂପୂର୍ଣ୍ଣ ସୁସ୍ଥ ହୋଇଛନ୍ତି।ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ତାଙ୍କର ଫୁସଫୁସ ପ୍ରତିରୋପଣ ମଧ୍ୟ କରାଯାଇନି। ମେଡିକାଲ ଇତିହାସରେ ଏପରି ଘଟିବା ବିରଳ। ଭାରତ ଓ ଏସିଆ ମହାଦେଶରେ ପ୍ରଥମଥର ପାଇଁ ଏପରି ଚମତ୍କାରିତା ଦେଖିବାକୁ ମିଳିଛି। ପ୍ରଥମଥର ପାଇଁ କୌଣସି ରୋଗୀ ୬୫ ଦିନ କାଳ ଇକମୋରେ ରହିବା ପରେ ସୁସ୍ଥ ହୋଇଛନ୍ତି।ମିଳିଥିବା ସୂଚନା ଅନୁଯାୟୀ, ଉତ୍ତର ପ୍ରଦେଶରେ ରହୁଥିବା ଏହି ୧୨ ବର୍ଷୀୟ ବାଳକ ଜଣଙ୍କ କରୋନାରେ ଆକ୍ରାନ୍ତ ହୋଇଥିଲେ। ଏହାପରେ ତାଙ୍କର ଦୁଇଟି ଯାକ ଫୁସଫୁସ ନଷ୍ଟ ହୋଇଯାଇଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ଲକ୍ଷ୍ନୌରୁ ହାଇଦ୍ରାବାଦକୁ ଏୟାରଲିଫ୍ଟ କରାଯାଇଥିଲା। ଶେଷରେ ସେ ଏବେ ସଂପୂର୍ଣ୍ଣ ସୁସ୍ଥ ହୋଇଛନ୍ତି।
ପବିତ୍ର ଖ୍ରୀଷ୍ଟମାସରେ ୧୨ ବର୍ଷୀୟ ଶୌର୍ଯ୍ୟ ସଂପୂର୍ଣ୍ଣ ସୁସ୍ଥ ହେବା ପରିବାର ଲୋକଙ୍କ ଖୁସିକୁ ଦୁଇଗୁଣିତ କରିଛି। ଅଗଷ୍ଟ ମାସରେ ଶୌର୍ଯ୍ୟ କରୋନାରେ ଆକ୍ରାନ୍ତ ହୋଇଥିଲେ। ସେ ନିମୋନିଆରେ ପୀଡ଼ିତ ହେବା ସହ ତାଙ୍କ ଫୁସଫୁସ ନଷ୍ଟ ହେବାରେ ଲାଗିଥିଲା। ଏଥିପାଇଁ ତାଙ୍କ ଲକ୍ଷ୍ନୌରୁ ହାଇଦ୍ରାବାଦର କ୍ରିଷ୍ଣା ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସକୁ ଅଣାଯାଇଥିଲା।ସେ ଏଠାକୁ ଆସିବା ବେଳେ ଅତ୍ୟନ୍ତ ଗୁରୁତର ଥିଲେ। କିନ୍ତୁ ହସ୍ପିଟାଲର ଡାକ୍ତର ଓ କର୍ମଚାରୀମାନେ ହାର ମାନି ନଥିଲେ। ସେମାନେ ଶୌର୍ଯ୍ୟଙ୍କୁ ବଞ୍ଚାଇବା ପାଇଁ ସବୁ ପ୍ରକାରର ଉଦ୍ୟମ ଆରମ୍ଭ କରି ଦେଇଥିଲେ। ଦୀର୍ଘ ୬୫ ଦିନ ଧରି ତାଙ୍କ ଫୁସଫୁସକୁ ଇକମୋ ଉପକରଣ ଦ୍ୱାରା ସଚଳ କରି ରଖାଯାଇଥିଲା।ପ୍ରାଥମିକ ଅବସ୍ଥାରେ ଫୁସଫୁସ ପ୍ରତିରୋପଣ କରିବାକୁ ପଡ଼ିବ ବୋଲି ଆଶଙ୍କା କରାଯାଉଥିଲା। ହେଲେ ବିନା ପ୍ରତିରୋପଣରେ ଶୌର୍ଯ୍ୟ ସୁସ୍ଥ ହୋଇ ଯାଇଛନ୍ତି। ଏବେ ତାଙ୍କ ଫୁସଫୁସ ଠିକ୍ ଭାବେ କାମ କରୁଛି।
ଶୌର୍ଯ୍ୟଙ୍କୁ ବର୍ତ୍ତମାନ ହାଇଦ୍ରାବାଦ କିମ୍ସର ଜିମରେ ଫିଜୋଥେରାପୀ ଦିଆଯାଉଛି। କାରଣ ସୁସ୍ଥ ହେବା ପ୍ରକ୍ରିୟା ପାଇଁ ଫିଜୋଥେରାପୀ ଜରୁରୀ। ଶୌର୍ଯ୍ୟଙ୍କ ମା’ ରେଣୁ ଶ୍ରୀବାସ୍ତବ କହିଛନ୍ତି ଯେ “ମୁଁ ଡାକ୍ତରମାନଙ୍କ ପାଖରେ କୃତଜ୍ଞ। ଡାକ୍ତର ଓ ହସ୍ପିଟାଲର କର୍ମଚାରୀମାନେ କେବଳ ମୋ ଛୋଟ ପୁଅକୁ ମୋତେ ଦେଇନାହାନ୍ତି, ସେମାନେ ମୋର ସଂପୂର୍ଣ୍ଣ ଜୀବନ ଫେରାଇ ଦେଇଛନ୍ତି।”ଶୌର୍ଯ୍ୟଙ୍କ ବାପା ରାଜୀବ ଲକ୍ଷ୍ନୌରେ ଓକିଲ ଭାବେ କାମ କରନ୍ତି। ସେ କହିଛନ୍ତି, “ଲକ୍ଷ୍ନୌରେ ଇକମୋ ନାହିଁ। ମୁଁ ମଧ୍ୟ ଇକମୋ ବିଷୟରେ ବେଶୀ କିଛି ଜାଣିନି। କିନ୍ତୁ ଇକମୋ ଆଜି ମୋକୁ ବଞ୍ଚାଇ ଦେଇଛି। ଭାରତରେ ଏପରି ସ୍ୱାସ୍ଥ୍ୟ ବ୍ୟବସ୍ଥା ଓ ଡାକ୍ତର ଥିବାରୁ ମୁଁ ଗର୍ବିତ। ସେମାନେ ମୋ ପୁଅ ଆଇସିୟୁରେ ଥିବା ବେଳେ ସବୁ ପ୍ରକାରର ଯତ୍ନ ନେଇଥିଲେ। ସେମାନେ ମୋ ପାଇଁ ଭଗବାନ।”କରୋନାରେ ଆକ୍ରାନ୍ତ ହୋଇଥିବା ଶୌର୍ଯ୍ୟଙ୍କୁ ପ୍ରଥମେ ଭେଣ୍ଟିଲେଟର ଓ ପରେ ଇକମୋରେ ରଖାଯାଇଥିଲା। ଇକମୋରେ ୬୫ ଦିନ ରହିବା ପରେ ସେ ସୁସ୍ଥ ହୋଇଛନ୍ତି। ଏବେ ସେ ଘରକୁ ଫେରିବାକୁ ଫିଟ୍। ଶୌର୍ଯ୍ୟ କ୍ରିକେଟର ମହେନ୍ଦ୍ର ସିଂହ ଧୋନିଙ୍କ ବହୁତ ବଡ଼ ଫ୍ୟାନ। ସେ ତାଙ୍କୁ ଦେଖି କରିବାକୁ ଆଶା ରଖିଛନ୍ତି।ଏହାପୂର୍ବରୁ ଅଗଷ୍ଟ ମାସରେ ଚେନ୍ନାଇର ଜଣେ ୫୬ ବର୍ଷୀୟ ବ୍ୟକ୍ତି ୧୦୯ ଦିନ ଇକମୋ ଓ ଭେଣ୍ଟିଲେଟର୍ରେ ରହିବା ପରେ ସୁସ୍ଥ ହୋଇଥିଲେ। ତାଙ୍କର ମଧ୍ୟ ଫୁସଫୁସ ପ୍ରତିରୋପଣ କରାଯାଇ ନଥିଲା।



Visitors Today : 1
Total Visitors : 129939
Total Views : 9891293
Visitors Online Now : 0