spot_img

ସ୍କୁଲ ଖୋଲିବା ନେଇ ବଦଳିପାରେ ନିଷ୍ପତ୍ତି

ଆସନ୍ତା ଜାନୁଆରୀ ୩ ରୁ ପ୍ରଥମ ଶ୍ରେଣୀରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିବା ନେଇ ଗଣ ଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା । ଯେଉଁ ବିଦ୍ୟାଳୟରେ ଜାନୁଆରି ୫ରୁ ୮ ପର୍ଯ୍ୟନ୍ତ ଦଶମ ଶ୍ରେଣୀ ପିଲାଙ୍କ ସମିଟିଭ୍‌-୧ ହେବାର ଅଛି ସେହି ବିଦ୍ୟାଳୟଗୁଡ଼ିକ ଜାନୁଆରି ୧୦ରୁ ଖୋଲିବ । ପୂର୍ବାହ୍ନ ୯ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ବିନା ମଧ୍ୟାହ୍ନ ଭୋଜନରେ ଛାତ୍ରଛାତ୍ରୀଙ୍କ କ୍ଲାସ ଚାଲିବ। ଗତକାଲି କିଛି ଏଭଳି ଘୋଷଣା କରିଥିଲେ ବିଦ୍ୟାଳୟ ଓ ଗଣଶିକ୍ଷା‌ ମନ୍ତ୍ରୀ ସମୀର ରଞ୍ଜନ ଦାଶ । ତେବେ ଆଜି ଡିଏମଇଟି ଡାକ୍ତର ରମାରମଣ ମହାନ୍ତି କହିଛନ୍ତି ଯେ ପୂର୍ବର ସ୍ଥିତିକୁ ଦେଖି ସରକାର ସ୍କୁଲ ଖୋଲିବା ନିଷ୍ପତ୍ତି ନେଇଥିଲେ। ସେତେବେଳେ ଓମିକ୍ରନ ଆସିନଥିଲା କି ସଂକ୍ରମିତ ସଂଖ୍ୟା ବଢିନଥିଲା। ଏବେ ସଂଖ୍ୟା ବଢିଲାଣି ତେଣୁ ନିଷ୍ପତ୍ତି ବଦଳିପାରେ । ବିଶେଷଜ୍ଞ ଆକଳନ କରିଛନ୍ତି ଫେବ୍ରୁଆରି ଶେଷ ସପ୍ତାହରେ ଓଡ଼ିଶାରେ ଓମିକ୍ରନ୍‌ ଶୀର୍ଷରେ ପହଞ୍ଚିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଚିନ୍ତା ପ୍ରକଟ କରିବା ସହ ଯୁଦ୍ଧକାଳୀନ ଭିତ୍ତିରେ ସମସ୍ତ ପ୍ରସ୍ତୁତି ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular