୧୫ ରୁ ୧୮ ବର୍ଷ ପିଲାଙ୍କୁ ଟିକାକରଣ ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି ଯେ ଆମେ ନିର୍ଦ୍ଦେଶ ଦେଇଛୁ କି,ସେମାନଙ୍କ ପାଇଁ ଡେଡିକେଟେଡ଼ ସାଇଟ ଖୋଲିବା ପାଇଁ ସେଠି ଦିନତମାମ ଟିକାକରଣ ଚାଲିବ | ବର୍ତ୍ତମାନ ଯେଉଁ ଟିକା କେନ୍ଦ୍ରଗୁଡିକ ପୂର୍ବରୁ ଅଛି ସେଠି ପୂର୍ବାହ୍ନ ସମୟ ସକାଳ ୮ଟାରୁ ଦିନ ୧ଟା ସୁଦ୍ଧା ପିଲାଙ୍କୁ କେବଳ ଟିକା ଦିଆଯିବ ଅନ୍ୟମାନଙ୍କୁ ଅପରାହ୍ନ ସମୟରେ ଟିକା ଦିଆଯିବ |୨୦୦୭ କିମ୍ବା ତା ପୂର୍ବରୁ ଯେଉଁ ପିଲା ଜନ୍ମ ହେଇଛନ୍ତି ସେମାନେ ଟିକା ନେବାପାଇଁ ଯୋଗ୍ୟ| ଆଧାର ନଥିଲେ ସ୍କୁଲ ଆଇ କାର୍ଡ ଦେଖେଇ ମଧ୍ୟ ପିଲା ଟିକା ପାଇଁ ପଞ୍ଜିକରଣ କରିପାରିବେ | ୩୪ ଲକ୍ଷ ଲୋକ ଏବେ ବି ବାକି ଅଛନ୍ତି ପ୍ରଥମ ଡୋଜ ନେବା ପାଇଁ ୨୯ ଲକ୍ଷ ଲୋକ ଦ୍ଵିତୀୟ ଡୋଜ ଟିକା ନେବା ପାଇଁ ବାକି ଅଛନ୍ତି | ସ୍କୁଲରେ ସ୍ୱତନ୍ତ୍ର ଟିକା କେନ୍ଦ୍ର ଖୋଲିବା ପାଇଁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେବ |



Visitors Today : 1
Total Visitors : 129939
Total Views : 9891293
Visitors Online Now : 0