ରାଜକନିକା ବ୍ଲକ ୨୯ଯୋନ କୋଇଲି ପୁର ଠାରେ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରର ନୂତନ ଗୃହ ଉଦ୍ଘାଟିତ ହୋଇଯାଇଛି। ତେବେ ଏହି ଅବସରରେ ବିଜେଡିର ବ୍ଲକ ସ୍ତରୀୟ ଗୋଷ୍ଠି କନ୍ଦଳ ର ପୋଲ ଖୋଲିଛନ୍ତି ଜିଲ୍ଲା ପରିଷଦ ସଭ୍ୟ ଓ ବରିଷ୍ଠ ବିଜେଡି ନେତା। ଆଳି ନିର୍ବାଚନ ମଣ୍ଡଳୀ ରାଜକନିକା ବ୍ଲକ ରେ ବିଜେଡିର ଗୋଷ୍ଠି କନ୍ଦଳ ଦିନକୁ ଦିନ ବିସ୍ପୋରକ ରୂପ ନେବାରେ ଲାଗିଛି । ଆଳି ବିଧାୟକଙ୍କର ପ୍ରତିନିଧି ତଥା ରାଜକନିକା ବ୍ଲକ ଅଧଖ୍ୟାଙ୍କ ସ୍ୱାମୀ ଗୋଟାଏ ଗୋଷ୍ଠିର ମଙ୍ଗୁଆଳ ସାଜିଥିବା ବେଳେ ୨୯ନମ୍ବର ଯୋନ ର ଜିଲ୍ଲା ପରିଷଦ ସଭ୍ୟ ଜଗନ୍ନାଥ ରାଉତରାୟ ଓ ବରିଷ୍ଠ ବିଜେଡି ନେତା ବୈକୁଣ୍ଠ ନାଥ ପରିଡାଙ୍କ ନେତୃତ୍ୱରେ ଅନ୍ୟ ଗାଟିଏ ଗୋଷ୍ଠି ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଥିବା ଦେଖିବାକୁ ମିଳିଛି। ତେବେ ଆଳି ନିର୍ବାଚନ ମଣ୍ଡଳୀର ବିଧାୟକ କେବଳ ନିର୍ବାଚନ ମଣ୍ଡଳୀ ନୁହେଁ ବରଂ ରାଜ୍ୟ ରାଜନୀତିର ଜଣେ ଟାଣୁଆ ନେତା ହୋଇଥିବା ବେଳେ ନିଜ ଦଳ ଭିତରେ ବଢୁଥିବା ଗୋଷ୍ଟିକନ୍ଦଳକୁ ସୁଧାରୀ ନପାରିବା କଥା ଏନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0