କଟକ : କାନପୁର ଥାନା ଅନ୍ତର୍ଗତ ଉପରସାହି ଗ୍ରାମ ରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଗୋଟିଏ ଟ୍ରାକ୍ଟର ଗାଡି ସାହି ର ମଝିରେ ଥିବା ବେଳେ ଜଣେ ଅଣ ତାଲିମପ୍ରାପ୍ତ ଯୁବକ ଗାଡି ଚଲାଇବା ଫଳରେ କାନପୁର ଗାଁର ଦିଲ୍ଲୀପ ପ୍ରଧାନଙ୍କ ପୁଅ ଦେବରାଜ ପ୍ରଧାନ ଏବଂ ଗାଁର ଗୋପାଳ ପ୍ରଧାନ ଙ୍କର ଧର୍ମପତ୍ନୀ ବୈଦେହୀ ପ୍ରଧାନଙ୍କ ଉପରେ ଟ୍ରାକ୍ଟର ଚଢି ଯାଇଥିଲା। ଦୁଇ ଗୁରୁତର ଙ୍କୁ କାନପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିଲା । ତେବେ ଦୁଇ ଜଣ ଅଧିକ ଗୁରୁତର ହେବାରୁ କଟକ ବଡ଼ ମେଡିକାଲ କୁ ସ୍ଥାନାନ୍ତର କରାଯାଇଥିଲା । ତେବେ କଟକ ଯାଉଥିବା ସମୟରେ ବାଟରେ ଦେବରାଜଙ୍କ ମୃତ୍ୟ ଘଟିଥିବା ବେଳେ ବୈଦେହୀଙ୍କୁ କଟକ ବଡ଼ ମେଡ଼ିକାଲ କୁ ପଠାଯାଇଥିଲା । ଘଟଣା ସ୍ଥଳରେ କାନପୁର ଥାନା ର ଥାନା ଅଧିକାରୀ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି ।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0