ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟରୁ ପଞ୍ଚାୟତକୁ ପଠାଗଲା ଭୋଟରଙ୍କ ପାଇଁ ବ୍ୟବହୃତ କାଳି, ପଞ୍ଚାୟତ ମାନୁଆଲ ଓ ଷ୍ଟାମ୍ପ। ପୂର୍ବରୁ ବାଲାଟ ବାକ୍ସ ପଠାଯାଇଥିଲା।
ଖବର ଅନୁଯାୟୀ, ଆଉ ଦିନ କେଇଟା ପରେ ଘୋଷଣା ହୋଇପାରେ ପଞ୍ଚାୟତ ନିର୍ବାଚନ ତାରିଖ । ଏହାପୂର୍ବରୁ ନିର୍ବାଚନ କମିଶନ ଆରମ୍ଭ କରିଛନ୍ତି ଜୋରଦାର ପ୍ରସ୍ତୁତି । ପୂର୍ବରୁ ବାଲାଟ ବାକ୍ସ ପଠାଯାଇଥିବା ବେଳେ ଆଜି ଭୋଟରଙ୍କ ପାଇଁ ବ୍ୟବହୃତ କାଳି, ପଞ୍ଚାୟତ ମାନୁଆଲ ଓ ଷ୍ଟାମ୍ପ ପଠାଯାଇଛି ।ଆଲ୍ଫା ବେଟିକ୍ ଅନୁସାରେ ପ୍ରଥମ ପର୍ଯ୍ୟାୟରେ ୧୦ ଜିଲ୍ଲାକୁ ଏହି ସବୁ ସାମଗ୍ରୀ ପଠାଯାଇଛି । ଏହାପରେ ଗୁରୁବାର ଆଉ ୧୦ ଏବଂ ଶୁକ୍ରବାର ଆଉ ୧୦ ଜିଲ୍ଲାକୁ ଏହି ସବୁ ସାମଗ୍ରୀ ପଠାଯିବ । ଭୋଗ ଗ୍ରହଣ ସମୟରେ ଏହି ସାମଗ୍ରୀ କାର୍ଯ୍ୟରେ ଲଗାଯିବ ।

ସେହିପରି ଆସନ୍ତା ୧୦ ତାରିଖରେ ସର୍ବଦଳୀୟ ବୈଠକ ବସିବ । ପଞ୍ଚାୟତ ନିର୍ବାଚନ ନେଇ ସବୁ ଦଳର ପ୍ରତିନିଧିଙ୍କ ସହ ଆଲୋଚନା କରିବେ ନିର୍ବାଚନ କମିଶନର । ପରେ ଆସନ୍ତା ୧୨ ତାରିଖରେ ବସିବ ଅଧିକାରୀସ୍ତରୀୟ ବୈଠକ । ଏହାପରେ ଆଗାମୀ ପଞ୍ଚାୟତ ନିର୍ବାଚନ ନେଇ ତାରିଖ ଘୋଷଣା କରିବେ ରାଜ୍ୟ ନିର୍ବାଚନ କମିଶନର ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0