spot_img

NITରୁ ବାହାରିଲେ କରୋନା ପଜେଟିଭ

ରାଉରକେଲା NITରୁ ବାହାରିଲେ କରୋନା ପଜେଟିଭ । ଏକାଥରକେ ୨୧ ଛାତ୍ର ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଏହାପରେ ସମସ୍ତଙ୍କୁ ଆଇସୋଲେସନ୍‌ରେ ରଖାଯାଇଛି । ନିୟମିତ ଭାବେ ସମସ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ କରାଯାଉଛି । ଏବେ ଯାଏଁ ସ୍ୱାସ୍ଥ୍ୟ ଭଲ ଥିବା ଜଣାପଡିଛି ।

ସେହିପରି ଏତେ ସଂଖ୍ୟକ ପଜିଟିଭ୍‌  ଚିହ୍ନଟ ହେବା ପରେ ଆକ୍ସନକୁ ଆସିଛି ସ୍ଥାନୀୟ ପ୍ରଶାସନ । ତୁରନ୍ତ ଏନ୍‌ଆଇଟି ପରିସରକୁ ସାଇଟାଇଜ କରାଯାଇଛି । ଏକ ଡାକ୍ତରୀ ଟିମ୍‌ ନିୟମିତ ଭାବେ ସଂକ୍ରମିତଙ୍କ ସ୍ୱାସ୍ଥ୍ୟବସ୍ଥା ସଂପର୍କରେ ତଥ୍ୟ ରଖୁଛନ୍ତି । ଆବଶ୍ୟକ ଅନୁଯାୟୀ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular