ରଣଜୀ ଟ୍ରଫି ଉପରେ କରୋନା ସଙ୍କଟ। ମହାମାରୀ କରୋନା ପ୍ରକୋପ କାରଣରୁ ରଣଜୀ ଟ୍ରଫି ୨୦୨୨ ଆରମ୍ଭ ହେବା ପୂର୍ବରୁ ହିଁ ସ୍ଥଗିତ କରାଯାଇଛି। ଅନେକ ଖେଳାଳି କରୋନା ସଂକ୍ରମିତ ହେବା ପରେ ଟୁର୍ଣ୍ଣାମେଣ୍ଟକୁ ସ୍ଥଗିତ କରାଯାଇଛି। ସମାଚାର ଏଜେନ୍ସି ପିଟିଆଇ ଅନୁଯାୟୀ, ଜାନୁଆରୀ ୧୩ରୁ ଆଉ ରଣଜୀ ଟ୍ରଫି ଆରମ୍ଭ ହେବ ନାହିଁ। ବିସିସିଆଇ ରଣଜୀ ଟ୍ରଫି ବ୍ୟତୀତ ସମସ୍ତ ଘରୋଇ ଟୁର୍ଣ୍ଣାମେଣ୍ଟକୁ ତତ୍କାଳ ପ୍ରଭାବରୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛି। ଏଥିରେ କୁଚ୍ ବିହାର ୧୯ ବର୍ଷରୁ କମ ନକଆଉଟ୍ ମୁକାବିଲା ମଧ୍ୟ ସାମିଲ୍।
ରଣଜୀ ଟ୍ରଫି ଏବଂ ସିକେ ନାଇଡୁ ଟ୍ରଫି ଚଳିତ ମାସରେ ଖେଳାଯିବାକୁ ଥିବା ବେଳେ ସିନିୟର ମହିଳା ଟି-୨୦ ଲିଗ୍ ଫେବୃଆରୀର ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଥିଲା। କିନ୍ତୁ ବର୍ଦ୍ଧିତ କରୋନା ସଂକ୍ରମିତକୁ ଦୃଷ୍ଟିରେ ରଖି ବିସିସିଆଇ ଘରୋଇ ଟୁର୍ଣ୍ଣାମେଣ୍ଟ ସ୍ଥଗିତ ରଖିବାକୁ ନିର୍ଣ୍ଣୟ ନେଇଛି। ବିସିସିଆଇ ଅଧିକାରୀଙ୍କ ଅନୁଯାୟୀ, ବୋର୍ଡ ଖେଳାଳି, ସପୋର୍ଟ ଷ୍ଟାଫ, ମ୍ୟାଚ୍ ଅଫିସିଆଲଙ୍କ ସୁରକ୍ଷାରେ କୌଣସି ପ୍ରକାରର ସାଲିସ୍ କରିବାକୁ ଚାହୁଁନାହିଁ। ତେଣୁ ଏହି ତିନୋଟି ଟୁର୍ଣ୍ଣାମେଣ୍ଟ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବନ୍ଦ ରହିବ। ସ୍ଥିତିକୁ ଦୃଷ୍ଟିରେ ରଖି ଟୁର୍ଣ୍ଣାମେଣ୍ଟ ଆୟୋଜନ ହେବ ବୋଲି ଅଧିକାରୀ କହିଛନ୍ତି।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0