ଦେବୋ କେ ଦେବ…ମହାଦେବର ଅଭିନେତା ମୋହିତ ରାଇନା ଜାନୁଆରୀ ୧ ତାରିଖରେ ଅଦିତି ଶର୍ମାଙ୍କୁ ବିବାହ କରିଛନ୍ତି। ଏକଦମ ସାଧାସିଧା ତରିକାରେ ସେ ବିବାହ କରିଛନ୍ତି। ନିଜ ପତ୍ନୀଙ୍କ ସହ ଫଟୋ ସେୟାର କରି ସେ ଲେଖିଥିଲେ, “ପ୍ରେମ ବାଧା ବିଘ୍ନ ଦେଖେଁନାହିଁ, ଏହା ସବୁ ବାଧା ପାର କରିଥାଏ। ପାଚେରୀ ଭାଙ୍ଗି ନିଜ ଗନ୍ତବ୍ୟ ସ୍ଥଳରେ ପହଂଚିଥାଏ। ପିତାମାତାଙ୍କ ଆଶୀର୍ବାଦରେ ଆମେ ଏବେ ଦୁଇ ନୁହେଁ ଗୋଟିଏ। ଜୀବନର ଏହି ନୂଆ ଯାତ୍ରାରେ ଆମକୁ ଆପଣମାନଙ୍କର ସ୍ନେହ ଓ ଆଶୀର୍ବାଦ ଆବଶ୍ୟକ। ଅଦିତି ଓ ମୋହିତ।”
ମୋହିତ ରାଇନାଙ୍କୁ ବାହାଘରରେ ବହୁତ ମହଙ୍ଗା ମହଙ୍ଗା ଉପହାର ମିଳିଛି। ମୋହିତଙ୍କ ପୂର୍ବତନ ଗାର୍ଲଫ୍ରେଣ୍ଡ ମୌନି ରାୟ ଦମ୍ପତିଙ୍କୁ ଏକ ସୁନା ମୁଦି ଉପହାର ଦେଇଛନ୍ତି ଯାହାର ମୂଲ୍ୟ ୨-୩ ଲକ୍ଷ ଟଙ୍କା। ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଡିଜ ମୋହିତ ରାଇନାଙ୍କୁ ଉପହାରରେ ଅଡ଼ି q8 ଦେଇଛନ୍ତି। ଏହାର ମୂଲ୍ୟ ପ୍ରାୟ ଏକ କୋଟି ଟଙ୍କା। ରାଧିକା ମଦନ ମୋହିତଙ୍କୁ ମନୀଷ ମଲହୋତ୍ରାଙ୍କ ଦ୍ୱାରା ଡିଜାଇନ ସେରବାନି ଉପହାର ଦେଇଛନ୍ତି ଯାହାର ମୂଲ୍ୟ ୧.୭୫ ଲକ୍ଷ ଟଙ୍କା।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0