ଭୁବନେଶ୍ୱର: ଓଡ଼ିଶା କ୍ରାଇମବ୍ରାଞ୍ଚର ସାଇବର ଟିମ୍ ହାତରେ ଜାମତାରା ଗ୍ୟାଙ୍ଗର ୩ ଜଣ ସଦସ୍ୟ ଧରାପଡ଼ିଛନ୍ତି। କ୍ରାଇମବ୍ରାଞ୍ଚ ଏହି ୩ଜଣଙ୍କୁ ରାଜଧାନୀରୁ ଗିରଫ କରିଥିବାର ସୂଚନା ମିଳିଛି। ଭୁବନେଶ୍ୱରରେ ହବ୍ କରି ଜାମତାରା ଗ୍ୟାଙ୍ଗ ପିଲାଙ୍କୁ ନିଯୁକ୍ତି ଦେବା ପାଇଁ ମସୁଧା କରୁଥିଲା। ତେବେ ଏହି ଚଢ଼ାଉ ସମୟରେ ଗ୍ୟାଙ୍ଗର କିଛି ସଦସ୍ୟ ଖସି ପଳାଯାଇଥିବା ଜଣାଯାଇଛି।
ସାରା ଦେଶରେ ଫୋନ କରି ଲୋକଙ୍କୁ ଠକେଇ କରିବାରେ ଜାମତାରା ଗ୍ୟାଙ୍ଗକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଦେଶର ଅଧିକାଂଶ ସାଇବର ଠକେଇ ମାମଲା ଝାଡ଼ଖଣ୍ଡର ଏହି ଜିଲ୍ଲା ସହ ଜଡିତ ଥିବା ବେଳେ ଜାମତାରାରେ ଜଣେ ନାବାଳକ ମଧ୍ୟ ଶିକ୍ଷିତ ଲୋକଙ୍କୁ ଠକାମିର ଶିକାର କରିଥାଏ। ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ଅନେକ ରାଜନେତା ଜାମତାରା ଗ୍ୟାଙ୍ଗର ଶିକାର ହୋଇଛନ୍ତି। ଆଉ ଏବେ ଏହି ଠକେଇ ଘଟଣା ବାବଦରେ ଆମେରିକା ପାଖରେ ଖବର ପହଞ୍ଚିଛି।



Visitors Today : 3
Total Visitors : 130166
Total Views : 9891611
Visitors Online Now : 0