ନନ୍ଦୁରବାର ( ମହାରାଷ୍ଟ୍ର) : ନଦୁରବାର ଷ୍ଟେସନରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି । ଆଜି ପୂର୍ବାହ୍ନ ୧୦.୩୦ରେ ମହାରାଷ୍ଟ୍ରର ନନ୍ଦୁରବାର ଷ୍ଟେସନ ନିକଟରେ ୧୨୯୯୩ ଗାନ୍ଧୀଧାମ-ପୁରୀ ଏକ୍ସ୍ପ୍ରେସ ସୁପରଫାଷ୍ଟ ଟେନର ‘ପାଣ୍ଟ୍ରି କାର’ରେ ନିଆଁ ଲାଗିଯାଇଥିଲା ।ଗାନ୍ଧୀଧାମ – ପୁରୀ ଏକପ୍ରେସରେ ଭୟାବହ ଅଗ୍ନିକାଣ୍ଡ ଘଟିଛି ।ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ କଲେ ଅଗ୍ନିଶ୍ରମ କର୍ମଚାରୀ ନିଆଁ ଲିଭିବା ପରେ ଟ୍ରେନରୁ ପ୍ୟାଣ୍ଟ୍ରି କାରକୁ ଅଲଗା କରାଗଲା ୨୨ ଟି କୋଚ୍ ରୁ ପ୍ୟାଣ୍ଟ୍ରି କାରର ୧୩ ଟି କୋଚ ଥିଲା ଟ୍ରେନର ପ୍ୟାଣ୍ଟି୍ରକାରରେ ସମ୍ପୂର୍ଣ୍ସ ବ୍ୟାପିଥିଲା ନିଆଁ । ଏହି ଅଘଟଣରେ କୌଣସି ଯାତ୍ରୀ ମୃତାହାତ ହୋଇ ନ ଥିବା କଥା ରେଳ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି । ସେ ଆହୁରି ମଧ୍ୟ ସୂଚନା ଦେଇଛନ୍ତି ଯେ, ସ୍ଥାନୀୟ ପୁଲିସ, ଦମକଳ, ବିପର୍ୟ୍ୟୟ ପରିଚାଳନା ଏବଂ ମେଡିକାଲ୍ ଟିମଙ୍କୁ ଖବର ଦିଆଯିବା ସହ ତୁରନ୍ତ ନିଆଁ ଲିଭାଇବା ପାଇଁ ଉଦ୍ୟମ କରାଯାଇଥିଲା। ସ୍ଥାନୀୟ ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି ଯେ, ଜ୍ବଳନ୍ତ ପାଣ୍ଟ୍ରି କାରରୁ ଏୟାରକଣ୍ଡିସନ କୋଚ ମଧ୍ୟକୁ ଧୂଆଁ ପଶିଯିବାରୁ ଯାତ୍ରୀମାନେ ଛାନିଆଁ ହୋଇଯାଇଥିଲେ। ଏହି ଅଗ୍ନିକାଣ୍ଡ ଯୋଗୁଁ ଅନ୍ୟ କୌଣସି ବଗି ପ୍ରଭାବିତ ହୋଇଛି କି, ନାହିଁ ତାହା ସ୍ପଷ୍ଟ ହୋଇନାହିଁ ।ମହାରାଷ୍ଟ୍ରର ଉତ୍ତରପଶ୍ଚିମ ପାର୍ଶ୍ବରେ ଅବସ୍ଥିତ ନନ୍ଦୁରବାର ଜିଲ୍ଲା ହେଉଛି ମୁମ୍ବାଇ ଠାରୁ ପ୍ରାୟ ୪୫୦ କିଲୋମିଟର୍ ଦୂର।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0