ଭୁବନେଶ୍ବର: ଚଳିତ ବର୍ଷ ମଧ୍ୟ ବନ୍ଦ ହେବ ଖଣ୍ଡଗିରି ମେଳା। କୋଭିଡ୍ କଟକଣା ପାଇଁ ଖଣ୍ଡଗିରି ମେଳା ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ବିଏମସି ଅତିରିକ୍ତ କମିସନର ସୂଚନା ଦେଇଛନ୍ତି। ଜନ ସମାଗମ ଉପରେ ରୋକ୍ ଲାଗିଥିବା କାରଣରୁ ଖଣ୍ଡଗିରି ଯାତ୍ରା ବି ବନ୍ଦ ହୋଇପାରେ ବୋଲି କୁହାଯାଉଛି।
ଚଳିତ ବର୍ଷ ଖଣ୍ଡଗିରି ମେଳା ହେବ ନାହିଁ ବୋଲି ବିଏମସି ପକ୍ଷରୁ ସ୍ପଷ୍ଟ କରି ଦିଆଯାଇଛି। କେବଳ ବିଧି ଓ ପରମ୍ପରା ଅନୁସାରେ ରାଣୀ ଗୁମ୍ଫାକୁ ପ୍ରଭୁ ଅନନ୍ତ କେଶରୀ ଯାତ୍ରା କରିବେ ଓ ମା’ ବାରଭୁଜାଙ୍କ ପୀଠରେ ବିଶ୍ବଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହେବ। ମେଳାରେ ଷ୍ଟଲ୍ ପଡ଼ିବ ନାହିଁ କି ଅପେରା ପ୍ରଦର୍ଶନ ହେବ ନାହିଁ। ବିଏମସିର ଏହି ନିଷ୍ପତ୍ତି ଶହଶହ ବେପାରୀମାନଙ୍କ ଭିତରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଛି। ମେଳାରେ ସେମାନଙ୍କ ଦି’ ପଇସା କମାଇବା ଆଶା ଆଶାରେ ରହିଯାଇଛି। ସ୍ଥାନୀୟ ଉଠା ଦୋକାନୀମାନେ।ବର୍ଷକୁ ଥରେ ଏହି ମେଳାରେ ଅସ୍ଥାୟୀ ଦୋକାନ କରି କିଛି ରୋଜଗାର କରନ୍ତି। ଏଥିପାଇଁ ସେମାନେ ପ୍ରସ୍ତୁତ ହୋଇ ସାରିଥିଲେ ବି ବିଏମସିର ଏଭଳି ନିଷ୍ପତ୍ତି ସେମାନଙ୍କୁ କଷ୍ଟ ଦେଇଛି।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0