ଭୁବନେଶ୍ବର : ଯୁକ୍ତ ଦୁଇ ପରୀକ୍ଷା ପୂର୍ବରୁ ଅନଲାଇନରେ ପାଠପଢ଼ାକୁ ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ବିଚାରବିମର୍ଶ ହୋଇଛି।
ଏନେଇ ଆଜି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟରେ ନିର୍ଦେଶକଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଆୟୋଜିତ ହୋଇଥିଲା। ବୈଠକ ଶେଷ ହେବା ପରେ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟର ନିର୍ଦେଶକ ବିକାଶ ମହାପାତ୍ର ସୂଚନା ଦେଇଛନ୍ତି, ପ୍ରୋକ୍ଟୋରିଆଲ ଗ୍ରୁପ କରି ପାଠ ପଢ଼ାଇବାକୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦେଶ ଦିଆଯାଇଛି । ଛୋଟ ଛୋଟ ଗ୍ରୁପ କରି ଜଣେ ଲେଖାଏଁ ଶିକ୍ଷକ ଏହାର ଦାୟିତ୍ୱ ନେବେ। ପିଲା କେମିତି ପଢିବେ କାହିଁକି ପଢି ପାରୁ ନାହାନ୍ତି ତାହା ଉପରେ ନଜର ରଖିବେ। ଯେଉଁ ପିଲାମାନେ ନିଜର ସନ୍ଦେହ ଦୂର କରିବା ପାଇଁ ଚାହାଁନ୍ତି, ସେହି ପିଲାମାନଙ୍କ ପାଇଁ ଶିକ୍ଷକମାନେ ଛୋଟ ଛୋଟ ଗ୍ରୁପ କରି ପାଠ ପଢ଼ାଇପାରିବେ, ଅଭିଭାବକଙ୍କ ଅନୁମତି ନେଇ ଛୋଟ ଛୋଟ ଗ୍ରୁପ ମାଧ୍ୟମରେ ଅଫଲାଇନ କ୍ଲାସ କରିବାକୁ ନିର୍ଦେଶ ଦିଆଯାଇଛି । ଆଜି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟରେ ନିର୍ଦେଶକଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ରାଜ୍ୟର ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ, ସତରଟି ସରକାରୀ ହାଇଅର ସେକେଣ୍ଡାରି ସ୍କୁଲର ଅଧ୍ୟକ୍ଷ ଏବଂ ତିନି ଆଞ୍ଚଳିକ ଶିକ୍ଷା ନିର୍ଦେଶକ ଉପସ୍ଥିତ ଥିଲେ।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0