ହାଇଦ୍ରାବାଦ: ଋଣ ଭାର ଅସହ୍ୟ ହେଲା ରୁ ଋଣ ପରିଶୋଧ କରି ନପାରି ଶେଷ ରାସ୍ତାକୁ ବାଛି ନେଲେ ପରିବାର ଲୋକେ। ଆନ୍ଧ୍ରପ୍ରଦେଶର କ୍ରିଷ୍ଣା ଜିଲ୍ଲାର ପେଡାନା ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଛ। ମିଳିଥିବା ସୂଚନା ଅନୁଯାୟୀ ଅତ୍ୟଧିକ ଋଣ ଉପରେ ଆକାଶ ଛୁଆଁ ସୁଦ୍ଧ ହାର ଥିବାରୁ ପରିବାର ଲୋକେ ସୁଝିବାକୁ ଅସମର୍ଥ ହୋଇ ଏଭଳି ଚରମ ପଦକ୍ଷେପକୁ ଆପଣେଇଛନ୍ତି । ପେଡାନା ଟାଉନ୍ର ୧୭ ନମ୍ବର ୱାର୍ଡ଼ରେ ରହୁଥିବା କସମ ପାଡମାନାଭାମ ଏବଂ ତାଙ୍କ ସ୍ତ୍ରୀ ନାଗା ଲିଳାବତୀ ଏବଂ ତାଙ୍କ ପୁଅ ରାଜା ନଗେନ୍ଦ୍ରମ ଆତ୍ମହତ୍ୟା କରିଛନ୍ତି।
ସର୍କଲ ଇନ୍ସପେକ୍ଟର ଭିରାୟା ଗୌଡ଼ାଙ୍କ କହବା ଅନୁଯାୟୀ ଘଟଣାରେ ଏକ ମାମଲା ରୁଜୁ କରାଯିବ।ଆତ୍ମହତ୍ୟାଜନିତ ମାମଲାରେ ଆର୍ଥିକ କିମ୍ବା ଅନ୍ୟାନ୍ୟ ନିର୍ୟାତନା ଖିଅକୁ ନେଇ ତଦନ୍ତ ହେବ। ଗୋଟିଏ ଘରେ ପରିବାର ଲୋକେ ଆତ୍ମତ୍ୟା କରିଥିବା ବେଳେ ମୃତ ଦେହ ଗୁଡ଼ିକୁ ଜବତ କରାଯାଇ ବ୍ୟବଚ୍ଛେଦ ପାଇଁ ପଠାଯାଇଛି।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0