ନୂଆଦିଲ୍ଲୀ: ପାକିସ୍ତାନରେ ଜଣେ ହିନ୍ଦୁ ବ୍ୟବସାୟୀଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଏହି ହତ୍ୟାକାଣ୍ଡ ଘଟିଛି ସିନ୍ଧ ଅଞ୍ଚଳରେ । ହତ୍ୟାକାଣ୍ଡ ପରେ ଦୁର୍ବୃତ୍ତ ଜଣକ ଫେରାର ହୋଇଯାଇଛନ୍ତି। ସିନ୍ଧର ଘୋଟକି ଜିଲ୍ଲା ଦାହରକି ଟାଉନ୍ରେ ସମ୍ପୃକ୍ତ ବ୍ୟବସାୟୀଙ୍କୁ ଆକ୍ରମଣ କରାଯାଇଛି। ମୃତ ବ୍ୟକ୍ତି ଜଣକ ହେଉଛନ୍ତି ସତନ ଲାଲ। ପାକିସ୍ତାନରେ ସଂଖ୍ୟଲଘୁମାନେ ଅସୁରକ୍ଷିତ ଥିବା ବେଳେ ଏହି ଆକ୍ରମଣ ହେଉଛି ସଦ୍ୟତମ ଘଟଣା।
ସେହିପରି ଜାନୁଆରୀ ୪ରେ ସୁନିଲ କୁମାର ନାମକ ଜଣେ ହିନ୍ଦୁ ବ୍ୟବସାୟୀଙ୍କୁ ପାକିସ୍ତନାରେ ଗୁଳି କରି ହତ୍ୟା କରାଯାଇଥିଲା। ଘଟଣାଟି ସିନ୍ଧ ପ୍ରୋଭିନ୍ସ ଅଞ୍ଚଳ ଅଞ୍ଜ ମଣ୍ଡି ନିକଟରେ ଘଟିଥିଲା। ଜାତୀୟ ନ୍ୟୁଜ୍ ଏଜେନ୍ସି ଏଏନଆଇ ରିପୋର୍ଟ ଅନୁଯାୟୀ, ହିନ୍ଦୁ ବ୍ୟବସାୟୀଙ୍କ ମୃତ୍ୟୁ ପରେ ଉତ୍ତେଜନା ଲାଗି ରହିଛି। ଏହା ପରେ ସହରକୁ ବନ୍ଦ କରି ଦିଆଯାଇଛି। ଗତ ଜାନୁଆରୀ ୩୦ରେ ଜଣେ ଖ୍ରୀଷ୍ଟିଆନ ପୂଜାରିଙ୍କୁ ଗୁଳି କରି ହତ୍ୟା କରାଯାଥିଲା। ଅନ୍ୟ ଜଣେ ଗୁରୁତର ହୋଇଥିଲେ। ତେବେ ଦୁର୍ବୃତ୍ତଙ୍କ ପରିଚୟ ଜଣାପଡ଼ି ନାହିଁ। ପାକିସ୍ତାନର ଉତ୍ତର-ପଶ୍ଚିମ ପେଶାୱାର ସହରରେ ଏହି ଅପରାଧ ଘଟିଥିଲା।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0