ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ଶୁଣାଣି ପୂର୍ବରୁ ନିଜ ନିଷ୍ପତ୍ତି ବଦଳାଇଲେ କେନ୍ଦ୍ର ସରକାର। ଚଳିତ ବର୍ଷ ହେବାକୁ ଥିବା ନିଟ୍ ପିଜି ପରୀକ୍ଷା-୨୦୨୨ ସ୍ଥଗତି। ଆସନ୍ତା ୬ରୁ ୮ ପଯ୍ୟନ୍ତ ସ୍ଥଗିତ ରହିବ ଏହି ପରୀକ୍ଷା। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ମାର୍ଚ୍ଚ ୧୨ ତାରିଖରେ ହେବାର ଥିଲା ନିଟ୍ ପିଜି ପରୀକ୍ଷା। ତେବେ ଏହା ପୂର୍ବରୁ ଆଜି ସୁପ୍ରିମକୋର୍ଟରେ ଏନେଇ ଶୁଣାଣି ହେବାର ଥିଲା। କିନ୍ତୁ ତା’ ପୂର୍ବରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ପରୀକ୍ଷା ସ୍ଥଗିତ କରାଯିବା ନେଇ ଘୋଷଣା ହେବ।
ଘଋଋଞ ଚଏ ପରୀକ୍ଷା ବିଷୟରେ ଛାତ୍ରମାନେ କରୋନା ସମୟରେ ପରୀକ୍ଷା ସ୍ଥଗିତ ରଖିବାକୁ ଦାବି କରିଥିଲେ। ଏନେଇ ସୁପ୍ରିମକୋର୍ଟରେ ଏକ ପିଟିସନ ମଧ୍ୟ ଦାଖଲ କରିଥିଲେ। ପିଟିସନରେ ଦାବି କରାଯାଇଥିଲା ଯେ ଗଈଈଝ ପାସ୍ ଛାତ୍ରମାନେ କୋଭିଡ -୧୯ କାରଣରୁ ସେମାନଙ୍କ ଇଣ୍ଟର୍ନସିପ ଅବଧି ଶେଷ କରିପାରିନାହାଁନ୍ତି। ଯେଉଁଥିପାଇଁ ସେମାନେ ପରୀକ୍ଷାରେ ଉପସ୍ଥିତ ହେବାକୁ ସକ୍ଷମ ହେବେ ନାହିଁ ବୋଲି କହିଥିଲେ। ଏହି ମାମଲାରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହେବାର ଥିଲା। କିନ୍ତୁ ତା’ ପୂର୍ବରୁ ପରୀକ୍ଷା ସ୍ଥଗିତ ହେବା ନେଇ ଘୋଷଣା କରାଯାଇଛି। ଛାତ୍ରଛାତ୍ରୀଙ୍କ ହିତକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଥିବା କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0