ବିଜ୍ନୋର: ଉତ୍ତରପ୍ରଦେଶର ବିଜ୍ନୋରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଥମ ରାଲି ଖରାପ୍ ପାଗ ଯୋଗୁଁ ଆଜି ବାତିଲ ହୋଇଯାଇଛି। ବର୍ଦମାନ କଲେଜ୍ରେ ମୋଦୀଙ୍କ ରାଲି ପାଇଁ ଆୟୋଜନ କରାଯାଇଥିଲା। କିନ୍ତୁ ଖରାପ୍ ପାଗ ଯୋଗୁଁ ଶେଷ ମୁହୂର୍ତ୍ତରେ ରଲି ବାତିଲ ହୋଇଛି। ମୋଦୀ ଆଜି ଅପରାହ୍ନରେ ଭର୍ଚୁ୍ଆଲ୍ ମୋଡ୍ରେ ଉତ୍ତରପ୍ରଦେଶ ବାସିନ୍ଦାଙ୍କୁ ଉଦ୍ବୋଧନ ଦେଇଛନ୍ତି। ବିଜ୍ନୋରରେ ୮ଟି ବିଧାନସଭା ଆସନ ଅଛି। ଏଥି ମଧ୍ୟରୁ ୫ଟି ଏବେ ବିଜେପି ପାଖରେ ଏବଂ ବାକି ୩ଟି ଆସନ ସମାଜବାଦୀ ପାର୍ଟି ପାଖରେ ଅଛି।
ପ୍ରଧାନମନ୍ତ୍ରୀଙ୍କ ବିଜ୍ନୋର ରାଲି ଆଜି ଶେଷ ମୁହୂର୍ତ୍ତରେ ଖରାପ୍ ପାଗ ଯୋଗୁଁ ବାତିଲ ହୋଇଯିବାରୁ ଏହି ପ୍ରସଙ୍ଗରେ ସପା ସୁପ୍ରିମୋ ଅଖିଳେଶଙ୍କ ମେଣ୍ଟ ସହଯୋଗୀ ଜୟନ୍ତ ଚୌଧୁରୀ ବିଜେପିକୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି, ବିଜେପି ପୂର୍ବରୁ ବିଜ୍ନୋରରେ ଉତ୍ତମ ବିଦ୍ୟୁତ ଏବଂ ବିକାଶ ପାଇଁ ପ୍ରତିଶ୍ରୁତି ଦେଇଥିଲା। ସେହି ପ୍ରତିଶ୍ରୁତି ପୂରଣ କରିପାରିନି। ପ୍ରଧାନମନ୍ତ୍ରୀ ଯଦି ବିଜ୍ନୋର ଆସିଥାନ୍ତେ ଲୋକମାନେ ତାଙ୍କୁ ଏନେଇ ପ୍ରଶ୍ନ କରିଥାନ୍ତେ। ତେଣୁ ହଠାତ୍ ବିଜେପିର ପାଣିପାଗ ବିଗିଡ଼ିଗଲା। ବିଜେପି ମୋଦୀଙ୍କ ରାଲି ବାତିଲ କରିବାପରେ ଜୟନ୍ତ ଚୌଧୁରୀ ଆଜି ପାଣିପାଗ ଆପ୍ର ଏକ ସ୍କ୍ରିନସଟ୍ ଟ୍ବିଟ୍ କରିଛନ୍ତି। ସେ କହିଛନ୍ତି, ବିଜ୍ନୋରରେ ଆଜି ସୂର୍ୟ୍ୟ ଚମକୁଛି। କିନ୍ତୁ ବିଜେପିର ପାଗ ଖରାପ୍ ହୋଇଯାଇଛି। ଯୋଗୀ ଅନ୍ୟ ଦଳ ମାନଙ୍କୁ ଥଣ୍ଡା କରିଦେବେ ବୋଲି କହିଥିବାରୁ ଜାଟ୍ ନେତାମାନେ ତାଙ୍କୁ ସମାଲୋଚନା କରିଛନ୍ତି।



Visitors Today : 3
Total Visitors : 130166
Total Views : 9891611
Visitors Online Now : 0