spot_img

ବିବାହ କରିବେ ପୁରୀ ଗଜପତି ମହାରାଜଙ୍କ କନ୍ୟା

ଆଜି ପୁରୀ ଗଜପତି ମହାରାଜ ଦିବ୍ୟସିଂହଦେବଙ୍କ ତୃତୀୟ କନ୍ୟା ଦେବେଶୀ ଦେବୀଙ୍କ ବିବାହ କ।ର୍ଯ୍ୟ ଅନୁଷ୍ଠିତ ହେବ । ହରିୟାନା ବର୍ଦ୍ଧମାନର ରାଜକୁମାର ଆଦିତ୍ୟ କେହେରଙ୍କୁ ବିବାରିବେ ରାଜକୁହ କମାରୀ ଦେବେଶୀ । ରାଜ ପରିବାରର ବାହାଘର ପାଇଁ କରାଯାଇଛି ବ୍ୟାପକ ଆୟୋଜନ । ଏହା ଗଜପତି ମହାରାଜଙ୍କ ଶେଷ ପାରିବାରିକ ଉତ୍ସବ ହୋଇଥିବାରୁ ଏହି ବିବାହ ରେ ଯୋଗଦେବେ ଦେଶବିଦେଶର ରାଜପରିବାର ସଦସ୍ୟ ।

କୋଭିଡ୍ କାରଣ ପାଇଁ ରାଜପରିବାର ରେ ଯେଉଁ ଆକାରରେ ବିବାହ କାର‌୍ୟ୍ୟ ଆୟୋଜନ ହେବାକଥା ସେତେ ଆଡମ୍ବର ସହକାରେ ବିବାହ କ।ର୍ଯ୍ୟ ଆୟୋଜନ କରାଯାଉନାହିଁ । ଭୁବନେଶ୍ୱରର ଏକ ତାରକା ହୋଟେଲରେ ବିବାହ ଭୋଜି ଅନୁଷ୍ଠିତ ହେବ । ରାଜନଅରରେ ଶ୍ରୀମନ୍ଦିର କ।ର୍ଯ୍ୟଳୟର ଅଧିକାରୀ, ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ, ବରିଷ୍ଠ ସେବାୟତଙ୍କୁ ଭୋଜନ ପାଇଁ ନିମନ୍ତ୍ରଣ କରାଯଯିବା ସହ ,ରାଜନଅରରେ ସମସ୍ତଙ୍କ ପାଇଁ ମହାପ୍ରସାଦ ସେବନର ବ୍ୟବସ୍ଥା ମଧ୍ୟ କରାଯାଇଛି । ତେବେ ବିବାହ ପାଇଁ ବରପକ୍ଷ ପୁରୀରେ ପହଂଚି ସାରିଛନ୍ତି । ପୁରୀରେ ବରପକ୍ଷଙ୍କ ରହଣୀର ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular