ମୁମ୍ବାଇ : ମୁମ୍ବାଇର ଏକ ଡାକ୍ତରଖାନାରେ ଗାୟକ ତଥା ସଙ୍ଗୀତ ନିର୍ଦେଶକ ବାପି ଲାହିରିଙ୍କ ଦେହାନ୍ତ ହୋଇଯାଇଥିବା କଥା ଡାକ୍ତର ସୂଚନା ଦେଇଛନ୍ତି। ମୃତ୍ୟୁବେଳକୁ ତାଙ୍କୁ ୬୯ ବର୍ଷ ହୋଇଥିଲା। ଶାରିରୀକ ଅସୁବିଧା ନିମନ୍ତେ ତାଙ୍କର ଚିକିତ୍ସା ଚାଲିଥିଲା ।ସୂଚନା ଅନୁସାରେ ଗତକାଲି ବାପି ଲାହିରି ଘରେ ଥିବାବେଳେ ଅସୁସ୍ଥ ହୋଇପଡ଼ିଥିଲେ। ତୁରନ୍ତ ତାଙ୍କୁ ଜୁହୁସ୍ଥିତ ଏକ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ଗତରାତିରେ ‘ଅବ୍ଷ୍ଟ୍ରକ୍ଟିଭ୍ ସ୍ଲିପ୍ ଆପନିଆ’ ଯୋଗୁଁ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି।ବରିଷ୍ଠ ଗାୟକ ତଥା ସଙ୍ଗୀତ ନିର୍ଦେଶକ ବାପି ଲାହିରି ଗତବର୍ଷ ଏପ୍ରିଲ୍ ମାସରେ କୋଭିଡ୍-୧୯ ପଜିଟିଭ୍ ହୋଇଥିଲେ। ତା’ପରଠାରୁ ସେ ସମ୍ପୂର୍ଣ୍ଣ ଶଯ୍ୟାଶାୟୀ ହୋଇ ବିଶ୍ରାମ ନେଉଥିଲେ। ଚଳପ୍ରଚଳ ସୁବିଧା ନିମନ୍ତେ ଜୁହୁସ୍ଥିତ ତାଙ୍କ ବାସଭବନରେ ତାଙ୍କ ପାଇଁ ଏକ ହ୍ବିଲ୍ ଚେୟାର୍ ଏବଂ ଲିଫ୍ଟ୍ ବ୍ୟବସ୍ଥା କରାଯାଇଥିଲା।୧୯୭୩ ମସିହାର ଚଳଚ୍ଚିତ୍ର ‘ନହ୍ନା ଶିକାରୀ’ରେ ସଙ୍ଗୀତ ନିର୍ଦେଶନା ଦେଇ ପ୍ରଥମେ ସେ ସଙ୍ଗୀତ ନିର୍ଦେଶନା କ୍ଷେତ୍ରରେ ପାଦ ଦେଇଥିଲେ। ପ୍ରଥମେ ସେ କିଶୋର କୁମାରଙ୍କ ଚଳଚ୍ଚିତ୍ର ‘ବଢ୍ତିକା ନାମ୍ ଦାଢ଼ି’ ଚଳଚ୍ଚିତ୍ରରେ ଜଣେ ଅଭିନେତା ଭାବରେ ବଲିଉଡରେ ପ୍ରବେଶ କରିଥିଲେ। ସେ ଉଦୟଶଙ୍କର ପାଣିଙ୍କ ଓଡ଼ିଆ-ବଙ୍ଗଳା ଦ୍ବିଭାଷୀ ଛବି ‘ମିଛ ମାୟା ସଂସାର’ରେ ବି ସଙ୍ଗୀତ ନିର୍ଦେଶନା ଦେଇଥିଲେ।୧୯୮୦ ଏବଂ ୧୯୯୦ ଦଶକରେ ବାପି ଲାହିରି ତାଙ୍କ କ୍ୟାରିୟର୍ର ଶୀର୍ଷରେ ଥିଲେ। ବଲିଉଡ୍ରେ ଡିସ୍କୋ ସଙ୍ଗୀତ ଧାରାକୁ ଜନପ୍ରିୟ କରାଇଥିବା ବାପି ଲାହିରିଙ୍କ ସଙ୍ଗୀତ ଥିବା ପ୍ରମୁଖ ଚଳଚ୍ଚିତ ମଧ୍ୟରେ ରହିଛି, ‘ହିମତୱାଲା’, ‘ତୋଫା’, ‘ଡିସ୍କୋ ଡ୍ୟାନସର’, ‘ଚଲତେ ଚଲତେ’, ‘ଶରାବି’, ‘ମୱାଲି’, ‘ଜଷ୍ଟିସ ଚୌଧୁରୀ’, ‘ଦଲାଲ’ ଏବଂ ୨୦୨୦ରେ ‘ବାଗି୩’।



Visitors Today : 1
Total Visitors : 129939
Total Views : 9891293
Visitors Online Now : 0