ଉତ୍ତରପ୍ରଦେଶରେ ହେବାକୁ ଯାଉଛି ତୃତୀୟ ପର୍ୟ୍ୟାୟ ମତଦାନ । ଏଥିପାଇଁ ଶାସକ ଦଳ ସହ ବିରୋଧୀ ଦଳ ମଧ୍ୟ ଜୋରଦାର ପ୍ରଚାର ଚଳାଇଛନ୍ତି । ଏପରି ସ୍ଥଳେ ପ୍ରଥମ ଥର ପାଇଁ ସାର୍ବଜନୀକ ଭାବରେ ବିଜେପି ପାଇଁ ଭୋଟ ଭିକ୍ଷା କରିଛନ୍ତି ଅଭିନେତ୍ରୀ କଙ୍ଗନା ରାନାୱତ । ନିଜ ସୋସିଆଲ ମିଡିିଆରେ ଏକ ଭିଡିଓ ପୋଷ୍ଟ କରି କଙ୍ଗନା କହିଛନ୍ତି ଯେ, ଆମକୁ ଆମର ଲୋକପ୍ରିୟ ଯୋଗୀ ସରକାରଙ୍କୁ ପୁଣିଥରେ ଆଣିବା ଦରକାର’ ।କଙ୍ଗନା ପୋଷ୍ଟ କରିଥିବା ଭିଡିଓରେ ଆହୁରି ମଧ୍ୟ କହିଛନ୍ତି ଯେ, ‘ଆମେ ସମସ୍ତେ ଜାଣୁ ଯେ ଉତ୍ତରପ୍ରଦେଶରେ ଏବେ ନିର୍ବାଚନୀ ଲଢେଇ ଖୁବ ଜୋରସୋରରେ ଚାଲିଛି । ଏହି ଯୁଦ୍ଧ ଜିତିବାକୁ ଆମର ଏକ ମାତ୍ର ଅସ୍ତ୍ର ହେଉଛି ଭୋଟ । ଆମକୁ ଆମର ଲୋକପ୍ରିୟ ଯୋଗୀ ସରକାରଙ୍କୁ ପୁଣିଥରେ ଶାସନକୁ ଆଣିବା ଦରକାର । ମତଦାନ କ୍ଷେତ୍ରକୁ ଯେତେବେଳେ ବି ଯାଉଛନ୍ତି, ସାଙ୍ଗରେ ନିହାତି ଭାବେ ଦିଇ ତିନି ଜଣଙ୍କୁ ନେଇ ଯାଆନ୍ତୁ । ମନେ ରଖନ୍ତୁ ବିଜୟର ଏହି କିର୍ତ୍ତୀମାନ ଯେପରି କେବେବି ନ ଭାଙ୍ଗୁ, ଗୋଟିଏ ବି ଭୋଟ ଯେପରି ବାଦ ନ ପଡୁ, ଜୟଶ୍ରୀ ରାମ!’ ।କଙ୍ଗନାଙ୍କ ଏହି ଭିଡିଓକୁ ଅନେକ ପସନ୍ଦ କରିଛନ୍ତି । ଏଯାଏଁ ୨ ଲକ୍ଷରୁ ଅଧିକ ୟୁଜର୍ସ ଏହାକୁ ଲାଇକ୍ କରିଥିବାବେଳେ ୯ହଜାରରୁ ଅଧିକ ୟୁଜର୍ସ ଏହାକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0