ଅନଲାଇନ ଠକାମୀର ଶିକାର ହେଲେ ବଲିଉଡର ବୋଲ୍ଡ ଅଭିନେତ୍ରୀ ସନ୍ନି ଲିଓନ। ତାଙ୍କର ପ୍ୟାନ କାର୍ଡ ବ୍ୟବହାର କରି କେହି ଜଣେ ଋଣ ଉଠାଇଥିବା ଜଣାପଡିଛି । ଏଣୁ ତାଙ୍କ ସିବିଲ ସ୍କୋର ଖରାପ ହୋଇଯାଇଛି।ଏନେଇ ସେ ଟୁଇଟରରେ ସୂଚନା ଦେବା ସହ ଅଭିନେତ୍ରୀ ଧନୀ ଆପ ବିରୋଧରେ ଅଭିଯୋଗ କରିଥିଲେ।ତାଙ୍କ ଅଜଣାତରେ କେହି ପ୍ୟାନ ନଂ ବ୍ୟବହାର କରି ୨ହଜାର ଟଙ୍କା ଋଣ ନେଇଥିଲେ । ଏହାକୁ ସେ ଟୁଇଟ କରି କହିଥିଲେ ଅଭିନେତ୍ରୀ। ଏସବୁ ପରେ ମାମଲା ବେଶ ଭାଇରାଲ ହୋଇଥିଲା। କିଛି ସମୟ ଏଭଳି ଚାଲିବା ପରେ ସନ୍ନି ନିଜେ ଟୁଇଟ୍ଟିକୁ ଡିଲିଟ୍ କରି ଦେଇଥିଲେ। ହେଲେ ତାଙ୍କର ଅଭିଯୋଗ ପାଇ କମ୍ପାନୀ ସମସ୍ୟାର ସମାଧାନ କରିଛନ୍ତି। ଏହାପରେ ସନ୍ନି ତାଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0